STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ରିୟଲ୍‌ ରିଲ୍

ରିୟଲ୍‌ ରିଲ୍

1 min
4


    (ରମ୍ୟ ରଚନା)


ଲାଇକ୍‌ କମେଟ କର ହେ ଭାଇ

   ସେୟାର ଥରେ କର,

ଆମ ଚ୍ୟାନେଲ ଦେଖୁଛ ଯଦି 

    ତୁମେ ପ୍ରଥମ ଥର।

ଏମିତି ନୂଆ ନୂଆ ଭିଡ଼ିଓ 

   ପାଇବ ଆମଠାରୁ,

ଅନେକ କଥା ଜଣେଇବାକୁ 

    ଆମେ ତ ରିଲ୍‌ କରୁ।

ଏଭଳି କହି ୟୂଟୁବ୍‌ କି 

    ଫେସବୁକ୍‌ରେ କିଛି,

ଅଶ୍ଳୀଳ ବାର୍ତ୍ତା ଅଶ୍ଳୀଳ ଚିତ୍ର 

    ଭିଡିଓ ଛାଡୁଛନ୍ତି।

ରାସ୍ତାଘାଟ କି ଗାଧୁଆ ତୁଠ 

   ବିଲ ପାହାଡ଼ ନ‌ଈ,

ଭିଡ଼ ଜମୁଛି ରିଲ୍ ହେଉଛି 

  କ୍ଯାମେରା‌ ଫୋନ୍ ନେଇ।

ଫୋନ୍ ଖେଳାଇ କୁହ ହେ ଭାଇ

   କାହିଁକି ରିଲ୍‌ ହୁଏ,

କେବଳ କିଛି ଲାଇକ୍‌ କମେଟ୍‌ 

   ପ‌ଇସା ଲକ୍ଷ୍ଯ‌ ଥାଏ।

ରିଇଲ୍‌ କର ନାହିଁ ବାରଣ

    ଥରେ ତ ଚିନ୍ତାକର,

କେଉଁ ଭିଡ଼ିଓ ଛାଡିଲେ‌ ହେବ

    ସମାଜ ପରିଷ୍କାର।

ସବୁରି ଘରେ ସଭିଙ୍କ ଠାରେ

    ସ୍ମାର୍ଟ ଫୋଅନ୍‌ ଅଛି,

ବାପା ଦେଖୁଛି ପୁଅ ଦେଖୁଛି 

    ଝିଅ ବି ଦେଖୁଅଛି ।

ଅଶ୍ଳୀଳ ଚିତ୍ର କାହିଁ ଛାଡୁଛ

    ହେ ପ୍ରିୟ ବନ୍ଧୁଗଣ,

ସେ ଚିତ୍ର ବଡ଼ କ୍ଷତିକାରକ 

    ସମାଜ ପାଇଁ ଜାଣ।

ମଦ ଓ ବିଡ଼ି ସିଗାରେଟ୍ ଭଳି

   ତୁମ ଭିଡ଼ିଓ ନିଶା,

ମନକୁ ଖୁସି ଲାଗିବ ସିନା 

   ସମାଜ ପାଇଁ ଦଶା।

ରାସ୍ତାକଡର ଯେ ବ୍ଲାକ୍‌ବୋର୍ଡ

   ଏ ଫେସବୁକ୍‌ ନୁହେଁ,

ଯାହା ପାରିବ ଗାରେଇ‌ ଯିବ

    ମନ ଇଚ୍ଛାରେ ଯିଏ।

ଆଧ୍ୟାତ୍ମିକତା ସଂସ୍କାର ବାର୍ତ୍ତା 

    ପାରୁଛ ଯଦି ଛାଡ଼,

ଦୟାକରିକି‌ ଅଶ୍ଳୀଳ ରିଲ୍

    ପଛେ ଭାଇ ନ ପଡ।

ମଜା ନେଉଛ ସୁନ୍ଦରୀ ଝିଅ 

    ମାନଙ୍କ ଫଟୋ ଛାଡ଼ି,

ଦେଖି ଅଭଦ୍ର କମେଟ‌ ତୁମ 

    ପେଟ ଯାଏ କି ପୁରି‌ ?

କିଏ କୋଉଠି ଅକଥା କହେ

    ତାକୁ ବି ଦେଖ‌ଉଛ,

ଯଦ୍ଵାରା ଆଜି ପିଲାମାନଙ୍କୁ 

    ନଷ୍ଟ ଯା' କରୁଅଛ।

ଏ ମୋବାଇଲ୍ ସ୍ରଷ୍ଟା ମାର୍ଟିନ୍ 

    କୁପର୍‌ କହିଥିଲେ,

ଏହି ଯନ୍ତ୍ରକୁ ଲଗେଇବ ହେ

    ସମାଜ ମଙ୍ଗଳରେ।

ଭଲ ପାଇଁ ଏ ଗଢା ହୋଇଛି 

    ମନ୍ଦ ପାଇଁକି ନୁହେଁ,

ଭଲ କାର୍ଯ୍ୟରେ ଲଗାଉଥିଲେ

    କହିବ କାହିଁ କିଏ?

ରିଇଲ୍‌ କେବେ ନୁହେଁ ରିୟଲ

    ସବୁତ ଅଭିନୟ,

ରିଇଲ୍‌ କରି ପାରୁଛ ଯଦି

   କଳାକାରଟି‌ ହୁଅ।

ନାଟକ ଅଟେ ଯେ ନବରଙ୍ଗ

   ନ‌ଅଟି କଳା ନେଇ,

ନାଟକ କର କଳା ପ୍ରଶାର‌

   ଅଶ୍ଳୀଳ ଛାଡ ନାହିଁ।

ଅଶ୍ଳୀଳ ଚିତ୍ର ଭିଡିଓ ଦେଖି 

   ଦୁନିଆଁ ଆଜି ନଷ୍ଟ,

ଶହେରୁ ଅନେଶତ ଯୁବକ 

   ଯୁବତୀ ପଥ ଭ୍ରଷ୍ଟ।

ଯାଉଛି ମାନ ସମ୍ମାନ ଧନ

   ଯାଉଛି କେତେ ପ୍ରାଣ,

ଅଶ୍ଳୀଳ ଦୃଶ୍ୟ ପ୍ରଭାବ ନିଶ୍ଚେ 

   ଏହା କାରଣ ଜାଣ।

ଦୁନିଆଁ ରଙ୍ଗ ମଞ୍ଚରେ ଭାଇ  

   କେତେ ଦିନକୁ ଥିବା,

ସମାଜ ପାଇଁ ଭଲ ଦେଖାଇ

   ସଂସାରୁ ବିଦା ହେବା।

ରହିବ ନାହିଁ ଧନ ଯୌବନ 

    ସବୁ ଏଠାରେ ମିଛ,

ରିଅଲ୍‌ ରିଲ୍ କରୁଛି ଦେଖ

   ଶ୍ରୀକ୍ଷେତ୍ରେ ଜଗନ୍ନାଥ ।।


Rate this content
Log in

Similar oriya poem from Comedy