STORYMIRROR

Anirudha Kund

Classics Inspirational

4  

Anirudha Kund

Classics Inspirational

ରଘୁନାଥ ରାମ

ରଘୁନାଥ ରାମ

1 min
162


ଆହେ ଦୟାମୟ ରଘୁନାଥ ରାମ

     କରୁଣା ସାଗର ହରି

ଭବ ସାଗରରୁ କର ତୁମେ ପାରି

    ଝରାଇ ହେ କୃପାବାରି

କୈତବ ନାଶନ କୌଶଲ୍ଯା ନନ୍ଦନ 

    ଜାନକୀ ରମଣ ହରି ॥


ଅତ୍ୟନ୍ତ ହରଷେ ପୟର ପରଶେ

    ଦେଲ ଅହଲ୍ଯା ଉଦ୍ଧାରି

ଖାଇଲ ଅଇଁଠା କୋଳି ମିଠା ମିଠା

    ଦେଖି ଭକତ ଶବରି

କୈତବ ନାଶନ କୌଶଲ୍ଯା ନନ୍ଦନ 

    ଜାନକୀ ରମଣ ହରି ......॥


 ଛାଡି ରାଜପଦ କୁବେର ସମ୍ପଦ

   ବନବାସ ଗଲ ହରି

ପିତୃ ସତ୍ୟ ରକ୍ଷା ଜୀବନର ଦୀକ୍ଷା

   ଶିକ୍ଷାଦେଲ ବନଚାରୀ 

କୈତବ ନାଶନ କୌଶଲ୍ଯା ନନ୍ଦନ 

    ଜାନକୀ ରମଣ ହରି...॥


ଇଛାରେ ତୁମର ଭାସଇ ପଥର

  ଦେଲ ସେତୁବନ୍ଧ କରି

ଅସୁର କୁଳକୁ ନାଶିଲ ହେ ପ୍ରଭୁ

   ବାନର ସେନାକୁ ଧରି ॥

କୈତବ ନାଶନ କୌଶଲ୍ଯା ନନ୍ଦନ 

    ଜାନକୀ ରମଣ ହରି....॥


ପତ୍ନୀ ପାଇଁ ତୁମ ଅନାବିଳ ପ୍ରେମ

   ଦୀନବନ୍ଧୁ ଦଇତାରି 

ଏକ ପତ୍ନୀବ୍ରତ ଶିକ୍ଷାଦେଲ ପ୍ରଭୁ

   ଜଗତପାଳନ କାରୀ 

କୈତବ ନାଶନ କୌଶଲ୍ଯା ନନ୍ଦନ 

    ଜାନକୀ ରମଣ ହରି....॥


କରୁଣାରୁ ତବ ଉଣା ନକରିବ

    ଏହି ଦାସର ଗୁହାରି 

ଭଜୁଥାଏ ମୁହିଁ ଶ୍ରୀମୁଖ କୁ ଚାହିଁ

    ରାମ ରାମ ହରି ହରି

 କୈତବ ନାଶନ କୌଶଲ୍ଯା ନନ୍ଦନ 

    ଜାନକୀ ରମଣ ହରି....॥


ଏତିକି ମିନତି ହେ ଜଗତପତି

   ଜୀବଯାଉ ନାମ ସ୍ମରି 

ମୁଖେଥାଉ ମୋର ନାମଟି ତୁମର

   ହେ ପ୍ରଭୁ କୋଦଣ୍ଡ ଧାରୀ

କୈତବ ନାଶନ କୌଶଲ୍ଯା ନନ୍ଦନ 

    ଜାନକୀ ରମଣ ହରି.....॥


साहित्याला गुण द्या
लॉग इन

Similar oriya poem from Classics