ରଘୁନାଥ ବେଶ
ରଘୁନାଥ ବେଶ
ଶ୍ରୀଜଗନ୍ନାଥଙ୍କ ଚବିଶି ବେଶରୁ
ପ୍ରତି ବର୍ଷ ବାଇଶି ଟି
କେବଳ ବିରଳ ମୁହୁର୍ତ୍ତେ ସମ୍ପର୍ନ୍ନ
ଅନ୍ୟ ବେଶ ଦୁଇ ଗୋଟି
ରଘୁନାଥ ଆଉ ନାଗାର୍ଜୁନ ବେଶ
ହୁଏ ବିରଳ ତିଥିରେ
ରଘୁନାଥ ବେଶ ନିହାତି ବିରଳ
ଅଛି ବିଧି ବିଧାନ ରେ
ଶ୍ରୀମନ୍ଦିରେ ହୁଏ ଭିନ୍ନ ଭିନ୍ନ ବେଶ
ଭିନ୍ନ ଭିନ୍ନ ତିଥି ବାରେ
ରଘୁନାଥ ବେଶ ଅଟଇ ବିରଳ
ତିଥି ବାର ସହକାରେ
ବୈଶାଖ ଶୁକ୍ଳ ନବମୀ ତିଥିରେ
ପୁଷ୍ୟା ନକ୍ଷତ୍ର ଯୁକ୍ତ
ଯେଉଁ ବର୍ଷ ଉକ୍ତ ତିଥି ଯୋଗ ଆସେ
ବେଶ ହୁଅଇ ତ୍ୱରିତ
ରଘୁନାଥ ବେଶ ରାଜକୀୟ ବେଶ
ବ୍ୟୟ ବହୁଳ ଭାବରେ
ପ୍ରାୟ ସ୍ଥିରୀକୃତ ହୋଇ ରହି ଅଛି
ଜଗନ୍ନାଥ ସଂସ୍କୃତିରେ
ସ୍ୱର୍ଣ୍ଣ, ରୋପ୍ୟ ,ରତ୍ନ, ମଣି, ମାଣିକ୍ୟାଦି
ସହ ହୁଏ ଅଳଙ୍କାର
ବେଶକୁ ସାଧାରଣତଃ ଅଭିହିତ
ହୁଏ ଭୂଷଣ ଶୃଙ୍ଗାର
ଶ୍ରୀରାମ ଭକ୍ତ ଶ୍ରୀରାମନୁଜାଚାର୍ଯ୍ୟ
ଏ ବେଶର ପ୍ରବର୍ତ୍ତକ
ପରେ ପରେ ଗଜପତି ମହାରାଜ
ଦ୍ଵାରା ବିଧିର ସାର୍ଥକ
ଶ୍ରୀରାମ ରଘୁନାଥ ହିଁ ଜଗନ୍ନାଥ
ବଳଭଦ୍ର ହିଁ ଲକ୍ଷ୍ମଣ
ଭରତ ଓ ଶତୃଘ୍ନ ଚାମର ଛତ୍ର
ସହିତ ଦଣ୍ଡାୟମାନ
ଜଗନ୍ନାଥ ସହ ଲକ୍ଷ୍ମୀ ସୀତା ରୂପେ
ବିଜେ ହୋଇ ରହିଥାନ୍ତି
ଦେବୀ ସୁଭଦ୍ରାଙ୍କୁ ଅଳଙ୍କାର ସହ
ସଜ୍ଜିତ ହୋଇ ରହନ୍ତି
ଶ୍ରୀଜଗନ୍ନାଥ ଶ୍ରୀରାମ ରୂପରେ ରହି
ବିଜେ ରତ୍ନ ସିଂହାସନେ
କାଷ୍ଠ ନିର୍ମିତ ହସ୍ତ-ପଦ ଯୁକ୍ତରେ
ବିରାଜନ୍ତି ବିରାସନେ
ବାମ ପାଦ ଟି ସିଂହାସନ ଉପରେ
ଦକ୍ଷିଣ ପାଦ ଟି ତଳେ
ଧନୁ ତୁଣୀର କରିଥାନ୍ତି ଧାରଣ
ସୀତାଙ୍କୁ ଧରିଣ କୋଳେ
ବାମ ପାର୍ଶ୍ୱରେ ଶତୃଘ୍ନ ଓ ଭରତ
ଦକ୍ଷିଣ ରେ ଋଷି ଗଣ
ଅଙ୍ଗଦ ଚାମର ଧରି, କର ଯୋଡ଼ି
ବିଭୀଷଣ ହନୁମାନ
ରତ୍ନ ବେଦୀ ଠାରୁ କଳା ହାଟ ଦ୍ଵାର
ପଟା ଦ୍ଵାରା ସିଂହାସନ
ମୁନି ଆଉ ବାନର ବତିଶି ମୂର୍ତ୍ତି
ହୁଅନ୍ତି ବିରାଜମାନ
ସୁବର୍ଣ୍ଣ ନିର୍ମିତ ପ୍ରତ୍ୟେକ ପ୍ରତିମା
ଶୋଭା ହୁଅଇ ବର୍ଦ୍ଧନ
ବ୍ୟୟ ବହୁଳ ଏହି ବେଶ ଯୋଜନା
କ୍ରମେ ହୋଇଛି ବିଲୀନ
କାଳ କ୍ରମେ ରଘୁନାଥ ବେଶ ନାହିଁ
୧୯୦୫ ମସିହା ପରେ ପରେ
ପ୍ରବଳ ଗହଳି ଲାଗି ରହିଥାଏ
ଏହି ବେଶ ଦର୍ଶନରେ
ବ୍ୟାକୁଳ ହୃଦୟେ ଦୁର୍ଲ୍ଲଭ ଦର୍ଶନ
ହୁଅଇ ପରିଲକ୍ଷିତ
ଶ୍ରୀରାମ-ରଘୁନାଥ ବେଶ ଦର୍ଶନ
ଭକ୍ତି ସହ କରେ ଭକ୍ତ ।।
