STORYMIRROR

Tarinee P Mahapatra

Classics Inspirational

4  

Tarinee P Mahapatra

Classics Inspirational

ଵରଦାନ

ଵରଦାନ

2 mins
189

ବିବାହ କରି ମୋ ପତ୍ନୀ ଙ୍କୁ ଘେନିଣ,

ମଙ୍ଗଳା ମନ୍ଦିର ଗଲି।

ମା ଆଦିଶକ୍ତି ପାଦ ତଳେ ପଡି,

ଆଶିଷ ଭିକ୍ଷା ମୁଁ କଲି।

ପତ୍ନୀଙ୍କ ସହିତେ ପୂଜା ଓ ଅର୍ଚ୍ଚନା,

 ଭୋଗ ନୈବେଦ୍ୟ ଦେଇ,

ବସିଲି ମନ୍ଦିର ପ୍ରାଙ୍ଗଣ ମଧ୍ୟରେ,

 ମାତା ଙ୍କ ଶ୍ରୀ ମୁଖ ଚାହିଁ।

ସ୍ତୁତି କଲି ମା ପାଦ ତଳେ ପଡ଼ି,

ବର ଟେ ତାଙ୍କୁ ମାଗିଲି।

ଜଗତ ଜନନୀ ପାଦରେ ପଡି ମୁଁ,

ଭକତି ଭରେ କାନ୍ଦିଲି।

ସ୍ତୁତି ଟିଏ ଭଣି ତାହାଙ୍କ ପାଦରେ,

ଜଣାଇଲି ମନକଥା।

ବରଦାନ ସ୍ତୁତି ମଧ୍ୟରେ ମାଗିଲି,

ମାତା ଆଗେ ନଇଁ ମୋର ମଥା।

ଦୟା କର ମୋତେ ଜଗତ ଜନନୀ,

ଏହି ବର ମୋତେ ଦିଅ।

ଏହି ଜନମ ରେ,

ମୋହର ଘରେ ଜନମିବ,

ହୋଇ ତୁମେ ମୋର ଝିଅ।

ଏ ଜୀବନ ଯଉବନ ସବୁ ତୋର ଦାନ।

ମସ୍ତିଷ୍କରେ ତୁହି ଦେଇ ଅଛୁ ଜ୍ଞାନ।

ପିତା ମାତାଙ୍କ ସେନେହ ଆଦର ଦେଇଚୁ,

ହାତକୁ ଦେଇଚୁ କର୍ମ 

ଭାଇ ଭଉଣୀ ଙ୍କ ସେନେହ ଦେଇଚୁ,

ଦେଇଚୁ ପତ୍ନୀ ର ପ୍ରେମ।

ଦେଇଚୁ ବନ୍ଧୁ ବାନ୍ଧବ ଓ ମିତ୍ର,

ଦେଇଚୁ ଅନ୍ତରେ ଭକତି,

 ଆଚରଣ ରେ ସଂସ୍କାର।

ଦେଇଚୁ ବଞ୍ଚିବା ପାଇଁ କି ସାଧନ,

ଦେଇଚୁ ଭଣ୍ଡାରେ ଅନ୍ନ।

ଦେଇଚୁ ସିନ୍ଧୁକେ ଧାନ ଲୋ ମା,

ଦେଇଚୁ ଧନ ବସ୍ତ୍ର ପରିଧାନ।

ଦେଇଚୁ ହୃଦରେ ଭକତି ଭରି ଲୋ,

ଦେଇଚୁ ମନରେ ଶାନ୍ତି।

ସବୁ କଳୁଷ କଳଙ୍କ ନାଶ କରି ଅଛୁ ଭଗବତୀ।

ଏତେ ସବୁ ଦେଇ ଅଛୁ ମୋତେ ମା,

ତଥାପି ତୃଷା ମୋର ସରି ନାହିଁ।

ଗୋଟିଏ ତୃଷା ମୋ ହୃଦରେ ରହିଛି,

ଦେଉଛି ତୋତେ ମୁଁ କହି।

ସବୁ ତ ଦେଲୁ ଲୋ,

ଏବେ ଏତିକି ଦେ ଲୋ,

ଦୟା କର ମା ମୋତେ।

ମୋ ଘର ଜନ୍ମ ହୁଅ ଦୁହିତା ହୋଇଲୋ।

ଏତିକି ମାଗୁଛି ମା ଲୋ ତୋତେ।

ମୋ ଘରେ ଜନନୀ ଜନମ ହୋଇଣ,

ମୋତେ ବାପା ବୋଲି ଡାକି,

କରିଦେ ମୋହର ଏ ଜୀବନକୁ ଧନ୍ୟ,

ତୋତେ ମାଗେ ବର ମୁଁ ଏତିକି।

ସହଜେ ତୁହିଲୋ ବ୍ରହ୍ମା ର ନନ୍ଦିନୀ,

ନାମ ତୋର ସରସ୍ଵତୀ,

ପର୍ବତ ରାଜ ଘରେ ଜନମ ଲଭିଲୁ,

ହୋଇଣ ଦେବୀ ପାର୍ବତୀ।

ବରୁଣ ନନ୍ଦିନୀ ତୁହି କମଳିନୀ,

ମହାଲକ୍ଷ୍ମୀ ଠାକୁରାଣୀ।

ଦକ୍ଷ ଗୃହେ ସତୀ ମା ତୁହି ଲୋ ହୋଇଲୁ

ଭୃଗୁ ଘରେ ଲକ୍ଷ୍ମୀ ପୁଣି।

ଏବେ ଦୟାବହି,

ମାଗୋ ମହାମାୟୀ।

ହୁଅ ତୁ ମୋହର ନନ୍ଦିନୀ,

ଏତିକି ମାଗୁଛି ମୁହିଁ ତୁଚ୍ଛ ପ୍ରାଣୀ,

 ତୋର ପାଦ ପଦ୍ମେ ସ୍ତୁତି ଭଣି।

ଆଯୋନି ସଂଭୂତା ତୁହି ଲୋ,

ତୋହର ଜନମ କାହିଁ।

ଆପଣା ଇଚ୍ଛା ବଳରେ,

 ଜନମ ଲଭୁ ଲୋ ତୁହି।

ମୋହର ପତ୍ନୀଙ୍କ ଗରଭେ ଆସି ଗୋ,

ପ୍ରକାଶ କରି ତୋ ଲୀଳା।

ଆଯୋନୀ ସଂଭୂତା ତୁହି ଗୋ,

ହୋଇବୁ ମୋହର ବାଳା।

ଥର ଟିଏ ପାଇଁ ତୋତେ ଲୋ,

ମୋ କୋଳରେ ଧରି,

ଖୁଆଇ ଦେବି ଜତନେ,

ସ୍ନେହ ଆଦର କରି।

ଥର ଟିଏ ପାଇଁ ତୋତେ ଲୋ,

ମୋ ହାତରେ ଧରିଣ,

ଶୁଆଇ ଦେବି ତୋତେ ଲୋ,

ନାନା ବାୟା ଗୀତ କରି ଗାୟନ।

ଥର ଟିଏ ପାଇଁ ତୋତେ ଲୋ,

ମୋ କନ୍ଧେ ବସାଇ,

ମେଳା ମହୋତ୍ସବ ଠାରକୁ ମାଁ,

ନେବି ବୁଲାଇ।

ଅତି ସ୍ନେହ ଭରେ ତୋତେ ଲୋ,

ମୋର ଦୁହିତା ଡାକି।

ମାଲୋ ଝିଅଲୋ ବୋଲିଣ,

ମୋ ତଣ୍ଟି ଯାଉ ଥିବ ଟି ସୁଖି।

ଗରଭେ ଧରିଣ ତୋତେ,

ଏ ମୋ ଅର୍ଦ୍ଧାଙ୍ଗିନୀ।

ଅତୀବ ଧନ୍ୟ ସେ ହୋଇବ,

ଜନମ ସାର୍ଥକ ହୋଇବ ତାହାର ପୁଣି।

ଆମେ ବେନି ପ୍ରାଣୀ ତୋ ଆଗେ,

ମାଗୁ ଅଛୁ ଲୋ ବର,

ହୁଅ ତୁ ଆମର ଦୁହିତା,

ଲୋଡ଼ା ନାହିଁ କୁମର।

ସତ ପୁତ୍ର ସମ ତୁହି ଲୋ,

ତ୍ରିମୂର୍ତ୍ତି ଙ୍କ ଶକ୍ତି।

ତୁହି ଥିଲେ ହୋଇ ନନ୍ଦିନୀ,

ଆଉ କି ଲୋଡ଼ା ସନ୍ତତି।

ଏତିକି କରୁଛି ଦୟିନି,

ଘେନ କାକଟପୁର ବାସିନୀ।

ଏ ଜନମେ ଆମ କୋଳରେ,

ଜନମ ହୁଅ ଗୋ।

ହୋଇ ଆମ ନନ୍ଦିନୀ।


Rate this content
Log in

Similar oriya poem from Classics