STORYMIRROR

Tarinee P Mahapatra

Classics

4  

Tarinee P Mahapatra

Classics

ଲକ୍ଷ୍ମୀ ଦେବୀ ଙ୍କ ରୋଷ

ଲକ୍ଷ୍ମୀ ଦେବୀ ଙ୍କ ରୋଷ

3 mins
161


ବୋଲନ୍ତି ବରୁଣ ଜେମା,

ଚାହିଁ ବୀଣାପାଣି ମୁଖ।

ଦକ୍ଷିଣୀ ମୋଡ଼ ସରିଗଲା ସଖି,

ଘୋଟି ଆସିଲାଣି ଦୁଃଖ।

ମୋ ଜୀବ ଜୀବନ,

ମୋର ପ୍ରାଣ ଧନ।

କାଳିଆ କଳା ଠାକୁର।

ସଙ୍ଗତେ ଘେନି ସେ ସୁଭଦ୍ରା ଭଗିନୀ,

ଆଉ ବଡ ବାଡ ଅଧୀଶ୍ଵର।

ଶିରି ମନ୍ଦିର କରି ଶ୍ରୀ ହିନ ସେ।

ଚାଲିଯିବେ ରଥ ଧରି।

ଟାହିଆ ହଲାଇ ବେଶ ଚହଟାଇ,

ପହଣ୍ଡି ବିଜୟ କରି।

ବିଭା ହୋଇ ମୋତେ ଆଣି ରଖିଦେଲେ,

ନିଜ ଶ୍ରୀ ମନ୍ଦିରେ ପୁଣି।

ଚତୁର୍ଦ୍ଦଶୀ ଦିନ ଚତୁର୍ଥୀ ସରିଲା,

ଦେବସ୍ନାନପୂର୍ଣ୍ଣିମାରେ ଅଭିଷେକ ହେଲେ ଜାଣି।

ଶହେ ଆଠ ଗରା ଜଳରେ ଗାଧୋଇ।

ଜ୍ବରରେ ପୀଡ଼ିତ ହୋଇ।

ପଞ୍ଚଦଶ ଦିନ ପରିଯନ୍ତେ ପ୍ରଭୁଙ୍କ ଶ୍ରୀ ମୁଖ,

 କେହି ତ ଦେଖିଲେ ନାହିଁ।

ମୁହିଁ ରହିଲଇଁ ସଖି ଗଣ ସଙ୍ଗେ,

ବିରହ ଦୁଃଖରେ ପୁଣି,

ସଙ୍ଗେ ମୋର ଥିଲେ,

ଭୂଦେବୀ ବିମଳା, ସରସ୍ଵତୀ ବୀଣାପାଣି।

ତେଣେ ଅଣସରେ ସେ ତିନି ପ୍ରାଣିଏ,

ଫୁଲୁରି ତେଲ ଲଗାଇ।

ଓସୁଅ ଉପଚାର ବୈଦ୍ୟ କରନ୍ତି,

ଅତି ଯତନରେ ତହିଁ।

ସୁସ୍ଥ ହୋଇ ପ୍ରଭୁ,

ଆସି ହୋଇଲେ ବିଜୟ,

ରତ୍ନ ସିଂହାସନ ପରେ।

ଅମାବାସ୍ୟା ଦିନ ନେତ୍ର ଉତ୍ସବ ହୋଇଲା,

କୋଟି କୋଟି ଭକତ ଦେଖିଲେ।

ସୁସ୍ଥ ହୋଇ ଏବେ ଦେହେ ବଳ ଆସିଗଲା,

ଯିବେ ଗୋ ଯାତରା କରି।

ସଙ୍ଗେ ନ ଘେନିବେ ନିଜ ଅର୍ଦ୍ଧାଙ୍ଗିନୀ।

ଭାଇ ଭଉଣୀଙ୍କୁ ଧରି।

ବୋଲନ୍ତି ଭୂଦେବୀ ଶୁଣ ଏବେ ନାନୀ,

ଯାହା କହୁ ଅଛି ମୁହିଁ।

ତୁମକୁ ଯେବେ ତିଆରିବା କୁ,

ବୋଧ କରିବାକୁ,

ଆସିବେ ଜଗତ ସାଇଁ,

ସେ ସମୟେ ତୁମେ ମନା କରିଦେବ,

ଅତି ରୋଷରେ କହିବ।

ହେ ପ୍ରଭୁ ଜଗତ ଠାକୁର,

ତୁମ ଯିବା ଲୋଡ଼ା ନାହିଁ।

ତୁମର ମଳିନ ବଦନ ଦେଖି ଜଗନ୍ନାଥ,

ଆଉ ପାଦ ନ କାଢ଼ିବେ।

ଶ୍ରୀ ମନ୍ଦିରେ ରହି ଦେବା ଶ୍ରୀପତି ଯେ,

ଗୁଣ୍ଡିଚା ବିଜେ ନ ହେବେ।

ଭୂଦେବୀ ବଚନ ଶୁଣି ସରସ୍ଵତୀ,

ବୋଲନ୍ତି ଲାଭ ତ ନାହିଁ।

ଜଗତ ଜାଣିଛି ଭକତ ବାନ୍ଧବ,

ଅଟନ୍ତି ଜଗତ ସାଇଁ।

ଭକତ ଅଟଇ ସେ ଇନ୍ଦ୍ର ଦୁମନ,

ଗୁଣ୍ଡିଚା ଅଟେ ତ ରାଣୀ।

ପଡ଼ିଲେ ଚତୁର୍ଦ୍ଧା ବିଗ୍ରହ ପାଦରେ,

ମାଗିଲେ ଏକ ମାଗୁଣି।

ବରଷେ ଥରେ ହେ ପ୍ରଭୁ ଜଗନ୍ନାଥ,

ମନ୍ଦୀରୁ ହୋଇ ବାହାର।

ଆଡ଼ପ ମଣ୍ଡପେ ବିଜେ ହେବ ପ୍ରଭୁ,

ନବ ଦିନ ଯେ ସତ୍ଵର।

ଗୁଣ୍ଡିଚା ଗଢ଼ାଇ ଗୁଣ୍ଡିଚା ମନ୍ଦିର,

ପ୍ରଭୁଙ୍କୁ ତୋଷ କରିଲେ।

ପ୍ରଭୁ ଜଗନ୍ନାଥ ତଥାସ୍ତୁ ବୋଲି ଆଶିର୍ବାଦ ତାଙ୍କୁ ଦେଲେ।

ପତିତ ପାବନ ବରଷେ ଅନ୍ତରେ ପତିତ ଉଦ୍ଧାର ପାଇଁ।

ତିନି ରଥେ ବସି ଯାଆନ୍ତି ବୁଲି ଗୋ,

ଘେନି ସଙ୍ଗତେ ଭଉଣୀ ଭାଇ।

ତାହାଙ୍କ ଯାତରା କିଏ ଏ ପାରିବ ଗୋ ଅଟକାଇ।

ଭକତ ଜୀବନ ଭକ୍ତ ତ ଜୀବନ,

ଅଟନ୍ତି ଗୋ ଭାବଗ୍ରାହୀ।

ସରସ୍ଵତୀ ମୁଖୁଁ ଶୁଣି କମଳିନୀ,

ପ୍ରଭୁଙ୍କ ଚରିତ ବଖାଣ,

ରୋଦନ କରିଲେ ଅତୀବ ଦୁଃଖରେ,

ବାଣୀସ୍ୱରୀ ହସ୍ତ ଧରି ପୂଣ।

ବୋଲିନ୍ତି କମଳା ଅତୀବ ଶୋକରେ,

କି କଥା ଘଟିଲା ଦେଖ।

ବିଭା ହେଲା ନାରୀ ଘରେ ଛାଡ଼ି ଗଲେ,

ପଥର ଦେଉଳକୁ ପଦ୍ମ ମୁଖ।

ନିଶ୍ଚୟ ଆବର ଭାରିଯା ପୁଳାଏ,

ଗୋପ ନଗରୁ ଆଣି ଥିବେ।

ଏବେ ରହି ତହିଁ ନବ ଦିନ ବାରେ,

ରାସ ଲୀଳା ରଚାଇବେ।

ମୋତେ ଆଣି ଥୋଇ ଦେଲେ କ ଘରରେ,

ପଦେ ଅଧେ କଥା ନାହିଁ।

ବିଭା ତିନି ଦିନ ଭିତରେ ମୋ ପୁର ତେଜିଲେ,

ଗଇଁଠାଳ ଫିଟି ନାହିଁ।

ପଦରୁ ଅଳତା ଗାର ନ ଲିଭୁଣୁ,

ଗଲେ ମନ୍ଦିରରେ ଛାଡି।

କି ରୂପେ ବିଭା ହୋଇ ଏତେ ଦୁଃଖ ଦେଇ,

ରଥେ ପୁଣି ଯିବେ ଚଢ଼ି।

ପିତା ମୋ ବରୁଣ,

ନିରୀହ ଯେ ପୁଣ।

ଶୁଣିଲେ ପଭୁଙ୍କ ଗୁଣ।

ମୋର ହସ୍ତ ଧରି ତାହାଙ୍କ ହସ୍ତରେ ସମର୍ପିଲେ ତହୁଁ ପୁଣ।

ଜନକ ରୂପରେ ପୀୟର ହୋଇଲେ,

ମୁଁ ହେଲି ସୀତା,

ଦୁହିତା ହେଲି ତାଙ୍କର।

ସେ ଯୁଗେ ରାମଙ୍କୁ ବିଭା ହେଲି,

ଅତୀବ ବିରହ ଯନ୍ତ୍ରଣା ସହିଲି।

ଭିଶ୍ମକ ନନ୍ଦିନୀ ରୁକ୍ମଣୀ ହୋଇଲି,

କୃଷ୍ଣ ହୋଇଲେ ବର ଯେ ମୋହର।

ଷୋହଳ ସହସ୍ର ନାରୀ ଯେ ବରିଲେ,

ଅସ୍ତପାଟ ବଂଶୀ ବରିଲେ ବେଣୁ ଧର।

ଏବେ କଳି ଯୁଗରେ ଉତ୍କଳ ଦେଶରେ,

ହୋଇଲି ଲକ୍ଷ୍ମୀ ଦେବୀ ମୁହିଁ।

ବିବାହ ହୋଇଲି ଜଗନ୍ନାଥ ଦେବ,

ମୋତେ ଛାଡ଼ି ଯିବେ କାଲି ସେହି।

ଶଙ୍ଖ ଚକ୍ର ହାତ ଅଟଇ ତାଙ୍କର,

ଭକତ ଅଟଇ ପରାଣ।

ମୁହିଁ ବିବାହିତା କି ଦୋଷ କରିଲି,

ମୋତେ ଛାଡ଼ି ଚାଲି ଯିବେ ନାରାୟଣ।

ସହଜେ ଦେଢ଼ସୁର ସେ ବଡ଼ଠାକୁର,

ହଳଧର ବଡ଼ ବାଡ ଅଧୀଶ୍ଵର।

ଯାଉଛନ୍ତି ବୋଲି ସଙ୍ଗତରେ ପୁଣି,

ନ ନେବେ ସଙ୍ଗତେ ଆପଣା ଅର୍ଦ୍ଧାଙ୍ଗିନୀ।

ସେ ଦେବ୍ ପ୍ରଭୁ ଚକ୍ରଧର।

କିନ୍ତୁ ବଢିଲା ଭଉଣୀ କି ନେବେ,

ଲାଜ ତା ମୁଖରେ କାହିଁ।

ରଥେ ବସି ଭାଇ ସାଙ୍ଗରେ ବୁଲିବ,

ମନେ ମନେ ଲଡୁ ଖାଇ।

ଅତି କଟୁ ଭାଷା କହିଲେ ପଦ୍ମାଳୟା,

ଗୁଣ୍ଡିଚା କୁ ଲକ୍ଷ କରି।

ରୋଦନ କରିଲେ ଅତି ବିରହ ରେ,

ସଖି ଗଣ ହସ୍ତ ଧରି।

ତାହାଙ୍କ କ୍ରନ୍ଦନ ଦେଖି ମୋ ନୟନେ,

ଆସିଲା ଅଶ୍ରୁ ର ବନ୍ୟା।

କେତେ ଦୁଃଖ ଭରେ ପ୍ରଭୁଙ୍କ ସକାଶେ,

କାନ୍ଦନ୍ତି ସିନ୍ଧୁରଜାଙ୍କର କନ୍ୟା।

କାନ୍ଦି କାନ୍ଦି ଲକ୍ଷ୍ମୀ ଙ୍କ ରୋଷ ର କଥାଟି।

ଭଣିଲି ଗୀତ ଛନ୍ଦରେ।

ହୃଦେ ସୁମରି ମାତା ସରସ୍ୱତୀ,

ଲେଖିଲି ମୋ ଆତ୍ମ ଭାବରେ।

ଜୟ ଗଜାନନ ହେ ହରପାର୍ବତୀ,

ରକ୍ଷା କର ବାରେ ମୋତେ।

ଲକ୍ଷ୍ମୀନାରାୟଣ ହୃଦେ ସୁମରୁଛି।

ରଖ ତୁମେ ପ୍ରଭୁ ତୁମର ପଦ୍ମ ପାଦ ଗତେ।


Rate this content
Log in

Similar oriya poem from Classics