Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarinee P Mahapatra

Romance

4.0  

Tarinee P Mahapatra

Romance

ବରଷି ଯାଆ

ବରଷି ଯାଆ

1 min
253


ବରଷି ଯାଆ ତୁ ଅସୁମାରୀ ସ୍ମୃତି ହୋଇ,

ଏହି ହୃଦୟେ ବରଷି ଯାଆ ।

ଆସି ମୋ ଜୀବନେ ପ୍ରେମର ଶ୍ରାବଣ ହୋଇ,

ମୋତେ ଭିଜେଇ ତୁ ଦେଇ ଯାଆ ।

ଏହି ବରଷାକୁ,

କାହିଁ କେତେ ଦିନୁ ମୁଁ ବସିଅଛି ଚାହିଁ,

ମନ ଖୋଲି ଏ ପ୍ରେମ ବର୍ଷାରେ ଟିକିଏ ଭିଜିବା ପାଇଁ।

ଏ ପ୍ରେମ ବରଷା ହୃଦୟକୁ ତୃପ୍ତ ଆଜି କରିଦେବ,

ଅସୁମାରୀ ସ୍ମୃତି ଓ ସପନ ରାଇଜେ ଆମକୁ ବୁଲାଇ ନେବ।

ଆସି ଯାଆ ଲୋ ତୁହି,

ପ୍ରେମର ସବାରି ନେଇ।

ଯେଉଁ ସବାରୀ ଆମକୁ ପରୀ ରାଇଜକୁ ନେଇ ଯିବ,

ନ ଥିବ କିଛି ବାଧା ବିଘ୍ନ ସେଠି,

କେବଳ ପ୍ରେମ ଓ ପ୍ରୀତି ଥିବ ।



Rate this content
Log in

Similar oriya poem from Romance