Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarinee P Mahapatra

Classics

4  

Tarinee P Mahapatra

Classics

ମହାଲକ୍ଷ୍ମୀ ଙ୍କ ରୋଷ

ମହାଲକ୍ଷ୍ମୀ ଙ୍କ ରୋଷ

3 mins
201


ବୋଲନ୍ତି ବରୁଣ ଜେମା,

ଚାହିଁ ବୀଣାପାଣି ମୁଖ।

ଦକ୍ଷିଣୀ ମୋଡ଼ ସରିଗଲା ସଖି,

ଘୋଟି ଆସିଲାଣି ଦୁଃଖ।

ମୋ ଜୀବ ଜୀବନ,

ମୋର ପ୍ରାଣ ଧନ।

କାଳିଆ କଳା ଠାକୁର।

ସଙ୍ଗତେ ଘେନି ସେ ସୁଭଦ୍ରା ଭଗିନୀ,

ବଡ଼ ଭାଇ ହଳଧର।

ଶିରି ମନ୍ଦିର ଶ୍ରୀ ହିନ କରି ସେ।

ଚାଲିଯିବେ ରଥ ଧରି।

ଟାହିଆ ହଲାଇ ବେଶ ଚହଟାଇ,

ପହଣ୍ଡି ବିଜୟ କରି।

ବିଭା ହୋଇ ଜ୍ୟେଷ୍ଠ ଏକାଦଶୀ ଦିନ,

 ମୋହର ସଙ୍ଗତେ,

ସେ ଜଗନ୍ନାଥ ଦେବ ଚକ୍ର ଧର,

ନିଜ ଶ୍ରୀ ମନ୍ଦିରେ ଆଣି।

ଚତୁର୍ଦ୍ଦଶୀ ଦିନ ଚତୁର୍ଥୀ ସରିଲା,

କେତେ ପ୍ରେମ ପ୍ରୀତି କଥା ଭଣି।

ପୁଣି ଲୀଳା ପ୍ରକାଶିତ ସେ କରି

ପୂର୍ଣ୍ଣିମା ଦିନରେ ମନ୍ଦିରୁ ବାହାରି।

ଶହେ ଆଠ ଗରା ଜଳେ ଗାଧୋଇଲେ,

ଗଜାନନ ବେଶ ତ୍ୱରିତେ ମୁଖେ ସଜାଇଲେ,

ପରମବ୍ରହ୍ମ ଦେବ ହରି।

ଶହେ ଆଠ ଗରା ଜଳରେ ଗାଧୋଇ।

ଜ୍ବରରେ ପୀଡ଼ିତ ହୋଇ।

ପଞ୍ଚଦଶ ଦିନ ପରିଯନ୍ତେ,

ପ୍ରଭୁଙ୍କ ଶ୍ରୀ ମୁଖ କେହି ତ ଦେଖିଲେ ନାହିଁ।

ମୁହିଁ ରହିଲଇଁ ସଖି ଗଣ ସଙ୍ଗେ,

ବିରହ ଦୁଃଖରେ ପୁଣି,

ସଙ୍ଗେ ମୋର ଥିଲେ,

ଭୂଦେବୀ ବିମଳା, ସରସ୍ଵତୀ ବୀଣାପାଣି।

ତେଣେ ଅଣସରେ ସେ ତିନି ପ୍ରାଣିଏ,

ଫୁଲୁରି ତେଲ ଲଗାଇ।

ଓସୁଅ ଉପଚାର ବଇଦେ କରନ୍ତି,

ଅତି ଯତନରେ ତହିଁ।

ସୁସ୍ଥ ହୋଇ ପ୍ରଭୁ,

ଆସି ହୋଇଲେ ବିଜୟ,

ରତ୍ନ ସିଂହାସନ ପରେ।

ଅମାବାସ୍ୟା ଦିନ ନେତ୍ର ଉତ୍ସବ ହୋଇଲା,

ଭକତ ନୟନ ତାଙ୍କ ରୂପକୁ ଦେଖିଲା,

ଗରଭ ଗୃହ ଭିତରେ।

ସୁସ୍ଥ ହୋଇ ଏବେ ଦେହେ ବଳ ଯେ ଆସିଲା,

ଯିବେ ଗୋ ଯାତରା କରି।

ସଙ୍ଗେ ନ ଘେନିବେ ନିଜ ଅର୍ଦ୍ଧାଙ୍ଗିନୀ।

ଭାଇ ଭଉଣୀ ଙ୍କୁ ଧରି।

ବୋଲନ୍ତି ଭୂଦେବୀ ଶୁଣ ଏବେ ନାନୀ,

ଯାହା କହୁ ଅଛି ମୁହିଁ।

ତୁମକୁ ଯେବେ ତିଆରିବା ପାଇଁ,

ବୋଧ କରିବା ଆଶାରେ,

ଆସିବେ ଜଗତ ସାଇଁ।

ସେ ସମୟେ ତୁମେ ମନା କରିଦେବ,

ଅତି ରୋଷରେ କହିବ।

ହେ ପ୍ରଭୁ ଜଗତ ଠାକୁର ହେ,

ତୁମ ଯିବା ଲୋଡ଼ା ନାହିଁ।

ତୁମର ମଳିନ ବଦନ ଦେଖି ଜଗନ୍ନାଥ,

ଆଉ ପାଦ ନ କାଢ଼ିବେ।

ଶ୍ରୀ ମନ୍ଦିରେ ରହିବେ ଶ୍ରୀପତି ଗୋ,

ଗୁଣ୍ଡିଚା ବିଜେ ନ ହେବେ।

ଭୂଦେବୀ ବଚନ ଶୁଣି ସରସ୍ଵତୀ,

ବୋଲନ୍ତି ଲାଭ ତ ନାହିଁ।

ଜଗତ ଜାଣିଛି ଭକତ ବାନ୍ଧବ,

ଅଟନ୍ତି ଜଗତ ସାଇଁ।

ଭକତ ଅଟଇ ସେ ଇନ୍ଦ୍ର ଦୁମନ,

ଗୁଣ୍ଡିଚା ଅଟେ ତା ରାଣୀ।

ପଡ଼ିଲେ ଚତୁର୍ଦ୍ଧା ବିଗ୍ରହ ପାଦରେ,

ମାଗିଲେ ଏକ ମାଗୁଣି।

ବରଷେ ଥରେ ହେ ପ୍ରଭୁ ଜଗନ୍ନାଥ,

ଶ୍ରୀମନ୍ଦିରୁ ହୋଇ ବାହାର।

ଆଡ଼ପ ମଣ୍ଡପେ ବିଜେ ହେବ ପ୍ରଭୁ,

ନବ ଦିନ ପାଇଁ ହେ କଳା ଠାକୁର।

ଗୁଣ୍ଡିଚା ଗଢ଼ାଇ ଗୁଣ୍ଡିଚା ମନ୍ଦିର,

ପ୍ରଭୁଙ୍କୁ ତୋଷ କରିଲେ।

ପ୍ରଭୁ ଜଗନ୍ନାଥ ତଥାସ୍ତୁ ବୋଲି ସେ ଆଶିର୍ବାଦ ତାଙ୍କୁ ଦେଲେ।

ପତିତ ପାବନ ବରଷେ ଅନ୍ତରେ ପତିତ ଉଦ୍ଧାର ପାଇଁ।

ତିନି ରଥେ ବସି ଯାଆନ୍ତି ବୁଲି ଗୋ,

ସଙ୍ଗତେ ଘେନିଣ ଭଉଣୀ ଭାଇ।

ତାହାଙ୍କ ଯାତରା କିଏ ପାରିବ ଗୋ ଅଟକାଇ।

ଭକତ ଜୀବନ ଭକ୍ତ ତାଙ୍କର ଜୀବନ,

ଅଟନ୍ତି ପୁଣି ସେ ଯେ ଭାବଗ୍ରାହୀ।

ମାଉସୀ ତାଙ୍କର ଅର୍ଦ୍ଧଶୋଷିନି,

ତାଙ୍କ ପାଶେ ଭେଟ ହୋଇ,

ଭୁଞ୍ଜିବେ ମଧୁର ପୋଡୋ ପିଠା ପ୍ରଭୁ,

ତମକୁ କି ଜଣା ନାହିଁ।

ସରସ୍ଵତୀ ମୁଖୁଁ ଶୁଣି କମଳିନୀ,

ପ୍ରଭୁଙ୍କ ଚରିତ ମାନ।

ରୋଦନ କରିଲେ ଅତୀବ ଦୁଃଖରେ,

ବୀଣାପାଣି ଙ୍କର ହସ୍ତ ଧରି ପୁଣ।

ବୋଲିନ୍ତି କମଳା ଅତୀବ ଶୋକରେ,

କି କଥା ଘଟିଲା ଦେଖ।

ବିଭା ହେଲା ନାରୀ,

ଘରେ ଛାଡ଼ି ଯିବେ,

ପ୍ରଭୁ ଜଗନ୍ନାଥ ପଦ୍ମ ମୁଖ।

ନିଶ୍ଚୟ ଆବର ଭାରିଯା ପୁଳାଏ,

ଗୋପ ନଗରରୁ ଆଣି ଥିବେ।

ଏବେ ରହି ତହିଁ ନବ ଦିନ ବାରେ,

ରାସ ଲୀଳା ଗୋଟି ତହିଁ ଯେ ଏବେ କରିବେ।

ମୋତେ ଆଣି ଥୋଇ ମନ୍ଦିର ଭିତରେ,

ପଦେ ଅଧେ କଥା ହୋଇ,

ବିଭା ଚାରି ଦିନ ମଧ୍ୟେ,

ମୋ ପୁର ତେଜିଲେ,

ଗଇଁଠାଳ ଫିଟା ନୋହିଁ।

ପଦରୁ ଅଳତା ଗାର ନ ଲିଭୁଣୁ,

ଯିବେ ମନ୍ଦିରରେ ଛାଡି।

କି ରୂପେ ବିଭା ହୋଇ ଏତେ ଦୁଃଖ ଦେଇ,

ରଥେ ପୁଣି ଯିବେ ଚଢ଼ି।

ପିତା ମୋ ବରୁଣ,

ନିରୀହ ଯେ ପୁଣ।

ଶୁଣିଲେ ପଭୁଙ୍କ ଗୁଣ।

ମୋର ହସ୍ତ ଧରି ତାହାଙ୍କ ହସ୍ତରେ ସମର୍ପିଲେ ତହୁଁ ପୁଣ।

ଜନକ ରୂପରେ ପୀୟର ହୋଇଲେ,

ମୁଁ ହେଲି ଜାନକୀ ସୀତା।

ସେ ଯୁଗେ ରାମଙ୍କୁ ବିଭା ମୁଁ ହୋଇଲି,

ହେଲି ଲବ ଓ କୁଷଙ୍କ ମାତା।

ଅତୀବ ବିରହ ଯନ୍ତ୍ରଣା ସହିଲି।

ରାମଙ୍କ ଠାରୁ ବହୁବାର ଦୂର ହୋଇ,

ତ୍ରେତୟା ଯୁଗ ଟି ବିତି ଗଲା ବାରେ,

ନୟନୁ ଲୋତକ ଗୋଟି ଝରାଇ।

ଦ୍ଵାପର ଯୁଗରେ ଜନମ ଲଭିଲି,

ଭିଶ୍ମକ ନନ୍ଦିନୀ ରୁକ୍ମଣୀ ମୁଁ ହୋଇଲି।

କୃଷ୍ଣ ହୋଇଲେ ଯେ ମୋର ବର 

ଷୋହଳ ସହସ୍ର ନାରୀ ତାହାଙ୍କୁ ବରିଲେ,

ଅସ୍ତପାଟ ବଂଶୀ ବରିଲେ ତାଙ୍କୁ ସତ୍ଵର।

ଏବେ ଏ କଳି ଯୁଗରେ,

 ଉତ୍କଳ ଦେଶରେ,

ମୁଁ ଯେ ମହାଲକ୍ଷ୍ମୀ ନାମ ବହି।

ବିବାହ ହୋଇଲା ମୋର,

 ତାହାଙ୍କ ସଙ୍ଗତେ,

ଲୀଳା ଆଚରିଲେ ସେହି।

ଲୀଳା ତ ଆଚରି,

ଏବେ ପର କରି,

ମୋତେ ଗୃହେ ରଖି ଯିବେ।

ମୋତେ ଏ ମନ୍ଦିରେ ଏକାନ୍ତେ ଛାଡ଼ି ସେ,

ଗୋପୀଙ୍କ ସଙ୍ଗତେ ରାସ ରେ ତହିଁ ରମିବେ।

ଶଙ୍ଖ ଚକ୍ର ହାତ ଅଟଇ ତାଙ୍କର,

ଭକତ ଅଟଇ ତାଙ୍କ ପରାଣ।

ମୁହିଁ ବିବାହିତା କି ଦୋଷ କରିଲି,

ମୋତେ ଦଣ୍ଡୁଛନ୍ତି ନାରାୟଣ।

ସହଜେ ମୋହର ଆଦରର ଦେଢ଼ସୁର 

ଯାଉଛନ୍ତି ସେ ସଙ୍ଗତେ ପୁଣି।

ହଳଧର ବଡ଼ ବାଡର ଅଧୀଶ୍ଵର।

ପ୍ରଭୁ ଦେବ ହଳପାଣି।

ସେ କାଳିଆ ଠାକୁର,

ଲୋକ ଲଜ୍ଜା କୁ ଡରି ଗୋ,

ନ ନେବେ ନିଜ ଅର୍ଦ୍ଧାଙ୍ଗିନୀ।

କିନ୍ତୁ ବଢିଲା ଭଉଣୀ ପ୍ରଭୁ ଚକ୍ରଧର,

ସଙ୍ଗତେ ନେବେ ଗୋ,

ରଥେ ବସାଇ ଯେ ପୁଣି।

ଲାଜ ତା ମୁଖରେ କାହିଁ ବା ଅଛି ଗୋ,

ସହଜେ ହଳଦୀ ମୁହିଁ।

ରଥେ ବସି ଭାଇ ସାଙ୍ଗରେ ବୁଲିବ,

ମନେ ମନେ ଲଡୁ ଖାଇ।

ଅତି କଟୁ ଭାଷା କହିନ୍ତି ଦେବୀ ପଦ୍ମାଳୟା,

ଗୁଣ୍ଡିଚା ରଣୀଙ୍କୁ ସେ ଲକ୍ଷ କରି।

ମୋହର ସୁଖକୁ ନ ଦେଖି ପାରୁଛି,

ବରଷ କୁ ଥରେ ପ୍ରଭୁଙ୍କୁ ହକାରି ନେଉଛି,

ନିଜ ମନ୍ଦିରେ ରଥରେ ଧରି।

ଏତେ କହି ଦେବୀ

ରୋଦନ କରିଲେ ସଖି ଗଣଙ୍କୁ ସଙ୍ଗତେ ଘେନି,

ଭାଳି ଭାଳି ତହୁଁ ପ୍ରଭୁଙ୍କ ଚରିତ,

ଅତି ଦୁଃଖେ କମଳିନୀ।

ତାହାଙ୍କ କ୍ରନ୍ଦନ ଦେଖି ମୋ ନୟନେ,

ଆସିଲା ଅଶ୍ରୁ ର ବନ୍ୟା।

କେତେ ଦୁଃଖ ଭରେ ପ୍ରଭୁଙ୍କ ସକାଶେ,

ସେ କାନ୍ଦୁ ଅଛନ୍ତି, ସିନ୍ଧୁରଜାଙ୍କର କନ୍ୟା।

କାନ୍ଦି କାନ୍ଦି ଲକ୍ଷ୍ମୀ ଙ୍କ ଅଭିମାନର କଥାଟି।

ଭଣିଲି ଗୀତ ଛନ୍ଦରେ।

ହୃଦେ ସୁମରି ମାତା ସରସ୍ୱତୀ ଦେବୀ

ଲେଖିଲି ପଦ ପଦକୁ ଯୋଡ଼ି ମୁଁ ବାରେ।

ଜୟ ଗଜାନନ ହେ ହରପାର୍ବତୀ,

ରକ୍ଷା କର ବାରେ ମୋତେ।

ଲକ୍ଷ୍ମୀନାରାୟଣ ହୃଦେ ସୁମରୁଛି।

ରଖ ତୁମେ ପ୍ରଭୁ ତୁମ ପଦ୍ମ ପାଦ ଗତେ



Rate this content
Log in

Similar oriya poem from Classics