STORYMIRROR

Dr.Sashi Bhushan Mohapatra

Abstract

3  

Dr.Sashi Bhushan Mohapatra

Abstract

ରାତିର ବାସ୍ନା

ରାତିର ବାସ୍ନା

1 min
193


ଦିନରୁ କ୍ରମଶଃ

ରାତି ଆଡକୁ ମୁହାଁଇଲେ

ଛପି ଛପିଯାଏ

ଆଲୋକର ବର୍ଣାଳୀ |

ଅନ୍ଧାର ରାଜୁତିରେ

ଚାରିଆଡ଼େ ବ୍ୟାପିଯାଏ

ଅନ୍ଧାର ଆଉ ଘନ ଅନ୍ଧାର |


ରାତି ଅଂଧୁଣୀ

ରାତି ମାୟାବତୀ

ଘୋଟାଉଛି ଅନ୍ଧାର

କରିବାକୁ ସମସ୍ତଙ୍କୁ ଵଶୀଭୂତ|

ଅନ୍ଧମାନେ ଭାଗ୍ୟବାନ

ଦୃଷ୍ଟିମାନ ଭଳି 

ଦେଖିବେ ସାରା ରାତି

ରାତିର ବର୍ଣ୍ଣ|


ରାତି ତ ସ୍ଵପ୍ନବତୀ

ସ୍ବପ୍ନ ଦେଖାଏ

ବିଶ୍ୱାସର

ସମ୍ପର୍କର

ଭଲପାଇବାର

ଅନ୍ଧାରରେ ଘଷିମାଜି|

ଜହ୍ନ ରାତିର

ଅନେକ ତାତି

ତୃଷ୍ଣାରେ ଭର୍ତ୍ତି

ନିବିଡ଼ ଆଶ୍ଳେଷରେ

ଭରିଦିଏ ପ୍ରୀତି ,

ଜହ୍ନ ତା’ର ସାଥୀ

ବୋଳିଦିଏ ଜ୍ୟୋତ୍ସ୍ନା

ଦେହ ଓ ମନକୁ ଜଡେଇ|


ରାତିର ବାସ୍ନା ଅଛି

ଚନ୍ଦନର ବାସ୍ନା ଭଳି,

ରାତିର ବି ଗୀତ ଅଛି

ଗୀତ ଗାଏ ଝିଙ୍କାରି,

ପ୍ରେମ ଅଛି ରାତିରେ

ରାତି ଯେଣୁ କୋଣାର୍କର ଶିଳ୍ପଶାଳା,

ରାତି ଗୋଟେ ଫୁଲଫୁଟା ଫଗୁଣ

ସେଠି ହଜିଯାଏ ଦେହର ଠିକଣା,

ରଙ୍ଗ ବଦଳାଏ ନାହିଁ ରାତି

ଯେମିତି ରହିବା କଥା

ସେମିତି ରହିଛି ଏ ପର୍ଯ୍ୟନ୍ତ |


ଅନ୍ଧାର କ’ଣ ସରିଯାଉଛି ଯେ

ରାତିଠୁ କିଏ ଲୁଣ୍ଠନ କରିନେବ

କାହାର ବା କ’ଣ ଯାଉଛି

ନିଦଟିଏ ରାତି ଯେପର୍ଯ୍ୟନ୍ତ ଦେଉଥିବ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract