STORYMIRROR

Dr.Soumya Ranjan Khatua

Tragedy Classics Inspirational

3  

Dr.Soumya Ranjan Khatua

Tragedy Classics Inspirational

ରାତି ମଲେ କିଏ ଅଧିକ କାନ୍ଦେ ?

ରାତି ମଲେ କିଏ ଅଧିକ କାନ୍ଦେ ?

1 min
224

ରାତି ମଲେ କିଏ ଅଧିକ କାନ୍ଦେ

ଜହ୍ନ ନା ଝରାଫୁଲ ନା ଏ କବି ? ......

ମିଞ୍ଜିମିଞ୍ଜି କୋଟି କୋଟି ସେ ତାରକା ଆକାଶର,

ପାରେନି ଦୁରେଇ ରାତିର ସେ ଅମା ଅନ୍ଧାର . . .

କରେ ଆଲୋକିତ ଏ ସାରା ଧରା ମୋ ମାମା ଚାନ୍ଦ ବିଛେଇ ,ଜ୍ୟୈ।ତ୍ସ୍ନା

ଦେଇ ଅନୁପମ ବିସ୍ଛୁରିତ ଶୀତଳ କିରଣ ବଢାଏ ଶୋଭା ମନୋହର ଝରାଫୁଲର ବାସ୍ନା . . . .

ରାତି ଗଲେ ପାହି ଜହ୍ନ ଯାଏ ହଜି ସୂର୍ଯ୍ୟାଲୋକ ର ଗରମ ପଣତେ,

ସତେ ଯେପରି ଶୀତଳ ଜୋଛନା ହଜିଗଲା କାହିଁ କେତେ ପଛେ . . . .

ସେ ଝରା ଫୁଲ ଅଟେ ରାଣୀ ତୁ ରାତିର,

ରାତିରେ ଫୁଟି ମହକି ବଢାଏ ସୌନ୍ଦର୍ଯ୍ୟ ପୁଣି ରଜନୀର . . . .

ହାଏ ତା ଭାଗ୍ୟ ରାତିକୁ ସଜେଇ ପାଇଛି ଆୟୁଷ ରାତିଟେ,

ମିଶିଯାଏ ମାଟିରେ ଝଡି ଯାଇ ଉଇଁଲେ ସୁରୁଜ ପୁରୁବ ଦିଶା ପଟେ . . . .

କବି ଯେ ଗଢ଼ଇ ସୁନ୍ଦର କବିତା ଅଳଙ୍କାର ଛନ୍ଦ ଦେଇ,

ଜହ୍ନର ଜୋଷ୍ଣା ଫୁଲରବାସ୍ନା ପୁଣି କେବେ ରାତିର ସୁନ୍ଦରତାକୁ ନେଇ . . . .

ହେଲେ କବିତା ପୂର୍ଣ୍ଣତାର ଅଳଙ୍କାରରେ ସଜେଇହେବା ଆଗେ ଯଦି ରାତି ଯାଏ ପାଇ,

ପୁଣି ଏକ ସୁନ୍ଦର ରଜନୀ କବିତା ରୂପୀ ଚିତ୍ର ଆଙ୍କିବାକୁ ଅନେଇ ଥାଏ ଚାହିଁ . . . .



Rate this content
Log in

Similar oriya poem from Tragedy