STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ରାଷ୍ଟ୍ରୀୟ ଏକତା

ରାଷ୍ଟ୍ରୀୟ ଏକତା

1 min
157


ଦେଶ ପ୍ରେମ ଶିକ୍ଷା ଦିଏ

ଏକତା ଅଖଣ୍ଡତା

ଭାରତର ମହାନତା

ସର୍ବ ଧର୍ମ ସଂସ୍କୃତି 

ପରମ୍ପରା ବିଚାରଧାରା

ସଗର୍ବେ ଆକାଶେ ଉଡୁ ଆମ ତ୍ରିରଙ୍ଗା !!

ଅନେକ ରେ ଏକ ଆମେ

ଭାରତ ବାସୀ 

ଭାରି ସାହସୀ

ଗାଇ ଯିବା ଆମେ ଅତୀତର ଜୟ ଗାଥା ।।

ବୀର ପ୍ରସବିନୀ

ଜୟ ଜୟ 

ଆମ ଭାରତ ମାତା ଆମ ଭାଗ୍ୟ ବିଧାତା !

ଦେଶ ସୁରକ୍ଷାରେ ସମୃଦ୍ଧି ପଥରେ

ଜ୍ଞାନ ବିଜ୍ଞାନ ରେ

ଶିକ୍ଷା ସାହିତ୍ୟରେ

ଆଗେଇ ନେବା ଆମେ

ବିଶ୍ଵ ଦରବାରେ

ଲିପିବଦ୍ଧ ହେବ ସ୍ୱର୍ଣିମ ଅକ୍ଷରେ !

ହୃତ ଗୌରବ

ବୀର ବଳିଦାନ

ଜାତି ପ୍ରେମ ବନ୍ହୀ

ପ୍ରଜ୍ବଳିତ କରି ସ୍ବାର୍ଥ କୁ ଦେବା ଆହୁତି!

ଦେଶ ବନ୍ଦନାରେ 

ଦେଶ ବିକାଶରେ

ରହୁ ସଦା ମତି ଜାତୀୟତା ପ୍ରୀତି !

ମାତୃଭୂମି ରକ୍ଷା 

ପ୍ରତି ରକ୍ତ ବିନ୍ଦୁରେ 

ହେଉ ଗଉରବେ ଲେଖା

ସମୃଦ୍ଧ ଭାରତ କରେ ସଂହତି ର ବ୍ୟାଖ୍ୟା !

ଆମେ ଭାରତୀୟ

ଆମ ପରିଚୟ

ଶେଷ ନିଃଶ୍ୱାସ ଯାଏ

କାନେ କାନେ ଉଚାରିତ ମନ୍ତ୍ର

ଜୟ ଭାରତ ଆମ ଭାରତ ପ୍ରିୟ ଭାରତ !







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational