STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ରାଣ ମୋ ରହିଲା

ରାଣ ମୋ ରହିଲା

1 min
182

ଯୁଦ୍ଧ ଭୂମିରୁ ଚିଠି ମୁଁ ଲେଖୁଛି

ପ୍ରାଣ ପ୍ରିୟା ତୁମପାଇଁ

ପୋଛି ଦିଅ ଅଶ୍ରୁ ଜାଳିଦିଅ ଦୀପ

ଏ ଦେଶର ବିଜୟ ପାଇଁ ।

ଏହି ଦେଖ ପ୍ରିୟା ମାଡି ଆସୁଛନ୍ତି

ଶତୃର ସୈନ୍ୟ ଦଳ

ହାତରେ ତାଙ୍କର ଅଗ୍ନି ବର୍ଷୀ ଅସ୍ତ୍ର

ଧରା ହୁଏ ଟଳମଳ ।

ସମ୍ମୁଖ ଯୁଦ୍ଧରେ ମୁଁ ଉପସ୍ଥିତ ଆଜି

ଲଢୁଛି ମୋ ଦେଶ ପାଇଁ

ଧରିଥିବି ଅସ୍ତ୍ର ଲଢି ଅବିରତ

ଏ ଜୀବନ ଉତ୍ସର୍ଗ ମୋ ଦେଶ ପାଇଁ ।

କମାଣ ଗର୍ଜୁଛି ଘର୍ଘର ନାଦରେ

ହୁଏ ଏଠି ଗୁଳି ବର୍ଷା

ଜୀବନଟା ଏଠି ଶୂନ୍ୟରେ ଝୁଲୁଛି

ମୋତେ କରିବନି କେବେ ଆଶା ।

ଜୀବନଟା ଏଠି ବାଜି ଲାଗିଛି

ଦେଶ ମାତୃକା ପାଇଁ

ଫେରିବିନି ବୋଧେ ଜୀବନ୍ତ ଶରୀରେ

ଫେରିବି ସହିଦ୍ ହୋଇ ।

ଶହୀଦ୍ ଶରୀର ଫେରିବ ଯେବେ ମୋ

ତ୍ରିରଙ୍ଗା ଘୋଡେ଼ଇ ହୋଇ

ଦୀପଟିଏ ଜାଳି ବିଦାୟ ଦେବଗୋ

ରାଣମୋ ରହିଲା ଲୁହ ଗଡାଇବ ନାହିଁ ।



Rate this content
Log in

Similar oriya poem from Abstract