STORYMIRROR

Gouri Panda

Classics

2  

Gouri Panda

Classics

ରାମ ନାମ

ରାମ ନାମ

1 min
235

ରାମ ନାମ ଟି ଅତି ସୁନ୍ଦର 

ରାମ ନାମ ରେ ଭରେ ମଧୁର। 

ରାମ ନାମ ରେ ଏଇ ଜୀବନ 

ରାମ ନାମ ରେ ଲଗାଅ ମନ। 

ପୁରୁଷୋତ୍ତମ ଅଟନ୍ତି ରାମ

ଏଇ ଭାରତତାଙ୍କରି ଧାମ। 

ପ୍ରତିଜ୍ଞା ପଥରେ ସେ ଅଟଳ

କଥା ରହିଛି କାଳକୁ କାଳ। 

ପ୍ରେମ, ଭକତି, ସେନେହ ଭରା

ରାମ ନାମ ରେ କମ୍ପଇ ଧରା। 

ସତ୍ୟ, ଧର୍ମ ରେ ଚାଲିବା ପାଇଁ 

ପିତୃ ସତ୍ୟ ସେ ନେଲେ ମୁଣ୍ଡାଇ। 

ଲୋଭ ,ମୋହ ଠାରୁ ଦୂରେ ରହି

ବନକୁ ଗମନ କଲେ ସେହି। 

ଏକ ପତ୍ନୀ ବ୍ରତ ତାଙ୍କ ମତ

ରାଜ୍ୟ ଚଳାଇଲେ ପ୍ରଜା ଭକ୍ତ। 

ପ୍ରଜା ବତ୍ସଳ ପ୍ରଭୁ ଶ୍ରୀରାମ

ପ୍ରଭୁ ଙ୍କୁ ଡାକିବା ତୁମ କାମ। 

ଦୁଷ୍ଟ ନିବାରଣ ତୁମ ହାତେ

ଧରାକୁ ଆସିବ କେବେ ସତେ? 

ଧର୍ମ ରକ୍ଷା କାରୀ ପ୍ରଭୁ ରାମ

ସଙ୍କଟ ପଡିଛି ଧର୍ମେ ଆମ। 

ଧରା କୁ ଓହ୍ଲାଓ ପ୍ରଭୁ ରାମ

ଭକ୍ତ ଚାହିଁଛନ୍ତି ପଥ ତୁମ। 

ଭକ୍ତ ଉଦ୍ଧାରଣ ପ୍ରଭୁ ହରି 

କରିଛ ଭକ୍ତ ର ମନ ଚୋରି। 

ତୁମ ଠାରେ ପ୍ରଭୁ ଭକ୍ତ ମନ

ସଂସାରେ ତୁମରି ସଂକୀର୍ତ୍ତନ। 

ତୁମ ବିନା ନାହିଁ ଅନ୍ଯ ଗତି 

ରାମ ନାମେ ଯାଉ ଦିନ ବିତି। 

ରାମ, ନାମରେ ଶେଷ ଜୀବନ 

ପ୍ରଭୁ ଚରଣ ରେ ଲାଗୁ ମନ। 

ଉଦ୍ଧାର କରିବେ ସେଇ ରାମ

ରାମ ଅଛନ୍ତି ସାଥିରେ ଆମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics