STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ରାକ୍ଷୀ

ରାକ୍ଷୀ

1 min
14.1K


ଅତି ସରାଗରେ       ଭଉଣୀ ଚାହିଁଛି

ଭାବୁଛି କେତେ ଯେ କଣ

କେମିତି ବାନ୍ଧିବ       ଭାଇକୁ ସ୍ନେହରେ

ଆସିଲେ ରାକ୍ଷୀ ବନ୍ଧନ


ବଳିଆ ଠାକୁର       ଯେଉଁ ପୂର୍ଣ୍ଣିମାରେ

ସରଗେ ନେଲେ ଜନମ

ପବିତ୍ର ଅଟଇ         ସେହି ପୁଣ୍ୟ ତିଥି

ପବିତ୍ର ତାର ଧରମ


ନିବେଦନ ମୋର     ସମସ୍ତ ଭାଇଙ୍କୁ

ରାକ୍ଷୀକୁ ନ ଭାବ ତୁଚ୍ଛ

ଏହା ମଧ୍ୟେ ଅଛି      ମମତା ବନ୍ଧନ

ଆଉ ଯାହା ସବୁ ମିଛ



ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational