STORYMIRROR

Sagar Kumar Parida

Inspirational Others

2  

Sagar Kumar Parida

Inspirational Others

ରାକ୍ଷୀ

ରାକ୍ଷୀ

1 min
84

ରାକ୍ଷୀ ଗୋ ତୁମେ ବନ୍ଧନର ପର୍ବ ଆମ ଏ ଭାରତ ବର୍ଷେ

ଭାଇ ଭଉଣୀର ମମତା ବନ୍ଧନେ ସେନେହ ଶେଫାଳୀ ହସେ ।।


ଝରା ଶ୍ରାବଣରେ ଭିଜା ସରାଗରେ ଏ ଦେଶ ଭଉଣୀ ଭାଇ 

ହସନ୍ତି ଆନନ୍ଦେ ଜୀବନ ଗୀତିରେ କୃଷି ଜୀବିକାକୁ ନେଇ ।।


ମେଘମାଳା ସବୁ ସ୍ୱାଗତ କରନ୍ତି କରିଣ ପୁଷ୍ପ ବର୍ଷଣ 

ହଳାୟୂଧ ବଳଦେବ ପୂଜାପାନ୍ତି ଜନମ ତିଥି ପାଳନ ।।


 ମା ମାଟି ପ୍ରୀତି ମାନବ ସମ୍ବଳେ ଗୋରୁଗାଈଙ୍କ ସମ୍ପର୍କ  

 ଏହି ଦିନଟିର ପରମ ବୈଶିଷ୍ଟ ମାନବ ପ୍ରାଣୀ ସୁସଙ୍ଗ ।।


ତ୍ୟାଗ ପ୍ରେମ ଆଉ କର୍ତ୍ତବ୍ୟ ଦାୟିତ୍ୱେ ସଂକଳ୍ପର ରକ୍ଷାସୂତ୍ର 

ସୁରକ୍ଷା ବଳୟେ ସର୍ବ ନିରାପଦ ସହଯୋଗ ପର୍ବଭେଦ ।।


ରାକ୍ଷୀ ବାନ୍ଧି ଦେଇ ଭଉଣୀ ସର୍ବଦା ଭାଇର ଶୁଭମନାସେ 

ଭାଇ ହୋଇଥାଏ ରକ୍ଷାକବଚଟେ ଗେହ୍ଲେଇ ଭଉଣୀପାଶେ ।।


ମାତା ଲଷ୍ମୀ ବଳୀ ହାତେ ବାନ୍ଧିଥିଲେ ପ୍ରେମରେ ରକ୍ଷା କବଚ 

ଦେବତା ଦାନବ ମାନବ ଜଗତେ ରାକ୍ଷୀପର୍ବ ଆବିର୍ଭୁତ। 


ଦ୍ୱାପର ଯୁଗରେ ଦ୍ରୌପଦୀ ବାନ୍ଧିଲେ କୃଷ୍ଣଙ୍କ ହାତରେରାକ୍ଷୀ  

କୋଟି ବସ୍ତ୍ରଦେଇ ମହତ୍ ରଖିଲେ ସମୟ ରହିଛି ସାକ୍ଷୀ ।।


ସଚି ବାନ୍ଧିଥିଲେ ଇନ୍ଦ୍ରଙ୍କ ହସ୍ତରେ ପାର୍ବତୀ ମା ଵିଷ୍ଣୁ କରେ

ମନଶା ବାନ୍ଧିଲେ ଗଣେଶ ଭାଇଙ୍କୁ ଯମୁନା ଯମ ହାତରେ


ବରଷା ବାନ୍ଧଇ ଗଗନମଣ୍ଡଳେ ସପ୍ତବର୍ଣ୍ଣାଳୀର ରାକ୍ଷୀ

ସେ ଅଦଭୁତ ଦୃଶ୍ୟ ଅପରୂପ ଶୋଭା ମନମୋର ଯାଏ ଲାଖି।।

 

ଇତିହାସ ବକ୍ଷେ ରାକ୍ଷୀର ରୋଷଣୀ କରିଛି ପ୍ରୀତିସଂଯୋଗ

 ରାକ୍ଷୀର ମହତ୍ ବୁଝିବା ସରବେ ସଂସ୍କୃତିର ସଉରଭ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational