STORYMIRROR

Aswini Kumar Behera

Classics

3  

Aswini Kumar Behera

Classics

ରାକ୍ଷୀ

ରାକ୍ଷୀ

1 min
64


ଦେବୁ ନାହିଁ ଯଦି ମତେ ଉପହାର,

ବାନ୍ଧିବି ନାହିଁ ମୁଁ ରାକ୍ଷୀ ହାତେ ତୋର, 

ଉପହାର ଯଦି ତାକୁ ନ ଦିଏ କାଲି,

ରହିଲା ହାତ ମୋର ଖାଲି ଖାଲି,

ଭାଇ ତାର ଉଦାସେ ଯାଏ ଚାଲି,

ଉପହାର ନାହିଁ ଖାଲି ହାତେ ଏବେ, 

ଘରକୁ ଯିବି କେମିତି ମୁଁ, ଗଲି ତେବେ,

ବାହାନା କରି ସୋଇଲି କେତେ, 

ଉଠିଲିନି ଡାକିଲା ଭଉଣୀ ଯେତେ,

କାନ୍ଦିଲା ସେ କେତେ କରି ମନ ଋଷ, 

ଉଠିଗଲି ମୁଁ ସବୁ ନାଟକ କରି ଶେଷ,

ମନ ଖୁସିରେ ସେ ରାକ୍ଷୀ ପିନ୍ଧାଇ ଦେଲା

କେମିତି କେଜାଣି ଉପହାର କଥା ଭୁଲିଗଲା,

ପଚାରିଲା ଭାଇ ଉପହାର କଥା ଗଲୁ ଭୁଲି,

ଭାଇ ମୋର ଉପହାର ନାହିଁ ଲୋଡ଼ା,

ତୁ ମୋର ଜୀବନର ସବୁଠୁ ବଡ଼ ଉପହାର,

ଆଉ କୋଉ ଉପହାର ମୋର ନାହିଁ ଲୋଡ଼ା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics