Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aswini Kumar Behera

Abstract Classics Inspirational

4.0  

Aswini Kumar Behera

Abstract Classics Inspirational

ପରମାନନ୍ଦ ହିଁ ଆନନ୍ଦ"

ପରମାନନ୍ଦ ହିଁ ଆନନ୍ଦ"

1 min
191



ଯେବେ କଲି ପ୍ରଶ୍ନ ନିଜେ ମୁଁ ନିଜକୁ

ଆଖିରେ ଆସିଲା ନୀର

ଆନନ୍ଦ କୁ ଛାଡି ଆନନ୍ଦ ଭବନେ

ଭୁଲିଲି କେ କଳାକାର ।

ଜୀବନ ସଂସାରେ ଆନନ୍ଦ ମଠରେ

ଆନନ୍ଦ ପାଇଁ ଯେ ଅଳି

ନିଜ ଖୁସି ପାଇଁ ଅନ୍ୟକୁ ଯନ୍ତ୍ରଣା 

ହୋଇଥାଏ ଘୋର କଳି ।

ସବୁ ମାଧ୍ୟମକୁ ଅବସର କରି 

ଆନନ୍ଦ ମିଳୁଛି କେତେ

ସତ୍ୟ ଆନନ୍ଦକୁ ଅନୁଭବ ନାହି

"ମାଧ୍ୟମ"ଟି ମୁଖ୍ୟ ସତେ ।

ମାଧ୍ୟମକୁ ଆମେ ଆନନ୍ଦ ଭାବିଛୁ   

ପରମାନନ୍ଦଙ୍କୁ ଭୁଲି

ପରମାନନ୍ଦ ଯେ ମାଧ୍ୟମର ଊର୍ଦ୍ଧ୍ୱେ

କଥାଟି ଗଲୁ କି ଭୁଲି ?



Rate this content
Log in

Similar oriya poem from Abstract