କଳ୍ପନାର ଏକ ଘର
କଳ୍ପନାର ଏକ ଘର
କଳ୍ପନାର ଏକ ଘର
ଯାହା ସତ ହୁଏନି କେବେ ତାର
ଋତୁ ବଦଳିଲା ମଣିଷ ବି ବଦଳିଲା
ବଦଳି ନାହିଁ ତାର ମନ....
ଶୂନ୍ୟତାର ଅନୁଭବ ନିଜ ଶୈଶବରୁ
ପ୍ରାଚୀର ଘେର ଭିତରେ ସେକାଳରୁ ।
ଅଦିନିଆ ଉଠିଆସେ ଅନ୍ତରର କୋହ
ଚାଲିଯାଇଛି ସେ ଦିନ କରି ତାକୁ ମୋହ ।
ଖୋଜି ବୁଲେ ସେ ଯେବେ ଯାହାକୁ
ପାଇ ନାହଁ ସେ କେବେ କାହାକୁ ।
ପ୍ରତି ପ୍ରଶ୍ନ ସିଏ,ଉତ୍ତର ବି ସିଏ
ଜାଣି ପାରେନି ସେ ନିଜେ କିଏ ।
ଦେଖିଲା ଯେବେ ସେ ସ୍ୱପ୍ନ ଏକ
ବଢିଗଲା ତାର ସବୁ କର୍ମତକ ।
ଭାବନାରେ ସେ ଭାବୁକ ହୋଇଯାଏ
ପ୍ରୀତିରେ ସେ ମୋହିତ ହୋଇଯାଏ ।
ଅନେକ ଥର ପଛରେ ସେ ରହିଯାଏ
ତଥାବି ଦୁଃଖୀ ନୁହଁ ସେ ସୁଖୀ କହିଥାଏ ।
ମାୟା ବନ୍ଧନରେ ହୃଦୟ ତାର ବିଦଗ୍ଧ
ଚାହେଁ ସେ ଜୀବନ ଯାହା ଶାନ୍ତ ସ୍ନିଗ୍ଧ ।
କଳ୍ପନାର ଏକ ଘର
ଯାହା ସତ ହୁଏନି କେବେ ତାର
ଋତୁ ବଦଳିଲା ମଣିଷ ବି ବଦଳିଲା
ବଦଳି ନାହିଁ ତାର ମନ....