STORYMIRROR

Aswini Kumar Behera

Inspirational

3  

Aswini Kumar Behera

Inspirational

ପ୍ରଭୁ ଶୁଣ ମୋ ଗୁହାରି

ପ୍ରଭୁ ଶୁଣ ମୋ ଗୁହାରି

1 min
31


ପ୍ରତି କର୍ମରେ ଯେ  ତୁମେ ରହିଅଛ

   ଜାଣି ମୁଁ ନଥିଲି ତେବେ ।

ଜାଣିଲା ପରେ ଯେ  ଲାଗେ ହତଭାଗ୍ୟ

    ବୁଝି ମୁଁ ପାରିଲି ଏବେ ।


କରୁଣାକର ହେ   ପ୍ରିୟ ଦୟାମୟ 

   ଦୂରେଇ ଦିଅ ମୋ ଶଙ୍କା

ଅହଙ୍କାର ଥିଲେ  ଜାଳି ଦିଅ ତାକୁ

   ଯେପରି ଜାଳିଲ ଲଙ୍କା ।


ସ୍ୱପ୍ନ ଦେଖୁ ଦେଖୁ  ରାତି ପାହିଯାଏ

   ବଢିଚାଲେ ଆଶା କେତେ

ଅଭିଳାଷ ଥାଇ   କି ଲାଭ ଯେ ହୁଏ

   ପୁରା ହୁଏନି ଯଦି ସତେ।


ଅଯଥା ସ୍ୱପ୍ନକୁ    ନିୟନ୍ତ୍ରଣ କର 

   ଡର ଲାଗେ ଭାରି ଜୋର

ଭୁଲ ଥିଲେ କିଛି   ସମାଧାନ କର 

   ଏତିକି ଗୁହାରି ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational