Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aswini Kumar Behera

Abstract Romance Classics

4.5  

Aswini Kumar Behera

Abstract Romance Classics

ସ୍ମୃତି ତୁମ ଅପେକ୍ଷାରେ

ସ୍ମୃତି ତୁମ ଅପେକ୍ଷାରେ

1 min
262


ପ୍ରତି ମୁହୂର୍ତ୍ତରେ ଭାବେ ତୁମ କଥା

ତୁମେ ମୋ ପ୍ରାଣ ଦେବତା

ତୁମେ ତ ମୋ ସଞ୍ଜ ତୁମେ ହିଁ ସକାଳ

ତୁମେ ହିଁ ମୋର ବିଧାତା ।


ପ୍ରତିଟି ମୁହୂର୍ତ୍ତେ ତୁମ ସ୍ମରଣରେ

ଦିନ ରାତି ବିତୁଅଛି

ତୁମ କଥା ଯେବେ ଭାବିବାକୁ ଲାଗେ

ସ୍ପନ୍ଦନ ସୃଷ୍ଟି ହେଉଛି ।


ସ୍ବପ୍ନ ଦେଖି ଦେଖି ରାତି ପାହିଗଲା

ପୁରା ହେଲାନି କିଛି ଆଶା 

ମନ କଥା ମନେ ରହିଯାଏ ସିନା

ନୀରବରେ ହୁଏ ନିରାଶା ।


ଅଧୁରା ରହିବ ଏ ପ୍ରୀତିବନ୍ଧନ

ଅଭିଶାପ ଏକ ସାଜି

ତୁମ ମୋ ପ୍ରେମର ଉଚ୍ଚ ଆକାଂକ୍ଷାଟି

ଭାଙ୍ଗିଯାଏ ସତେ ଆଜି ।


ଭାବନାକୁ ମୁଁ ହୃଦେ ଚାପି ରଖେ

କଳନା ଯାହାର ନାହିଁ

ତୁମ ଅପେକ୍ଷାରେ ରହିଲି ଏବେଠୁ

ଭେଟ ହେବ କେବେ ଯାଇଁ ।


Rate this content
Log in

Similar oriya poem from Abstract