STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ରାକ୍ଷୀ

ରାକ୍ଷୀ

1 min
18


ମେଘ ପାଲିଙ୍କିରେ

ଝୁଲି ଝୁଲି

 ବର୍ଷାର ଧାରକୁ ଦୁଲୁକାଇ

 ନୀଳ ଗଗନକୁ ଚିରି

ସଵୁଜ ବନାନିର କାନେ କହି

ଓଲ୍ଲାଇ ଆସିଛି

      ରାକ୍ଷୀ ପୂନେଇ

ଭଉଣୀ ଏଁ

 ମନକୁ ହରଷାଇ ଅତି ସରାଗରେ

ବାଛି ବାଛି କିଣିବେ

ଝିଲ୍ ମିଲ୍ ରୌପ୍ୟ ପାତରେ

   ତିଆରି ରାଖି ଯାଇ

ମିଠା ପିଠା ଭରି

       ଦେବେ ଥାଳ ସଜେ

ଭାଇ ମଥାରେ

     ସିନ୍ଦୁ ର ଚନ୍ଦନ ଲଗାଇ

ବାନ୍ଧିବେ ସେହି

ଏନ୍ତୁଡି ଶାଳରୁ ରକ୍ତ ର ସମ୍ପର୍କ

ମମତାର ଡୋରୀ କୁ ନେଇ

ଭାଇର ହାତେ

       ଦେବେ ବାନ୍ଧି

ବନ୍ଦାଇ ଦେବେ

  ଘୃତ ଦୀପ ଜଳାଇ

ମନାସିଵେ ଭାଇ ର

 ସୁଖ ଚୀର କାଳ ପାଇଁ

ଭାଇ ଠାରୁ

  ମମତାର ଉପହାର ପାଇ

‌ଅସରନ୍ତି ପୁଲକେ

‌ଯିବେ ଖୁସି ହୋଇ ।


Rate this content
Log in

Similar oriya poem from Inspirational