Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ରାକ୍ଷୀ ପୂର୍ଣ୍ଣିମା

ରାକ୍ଷୀ ପୂର୍ଣ୍ଣିମା

1 min
143


ଯୁଗ ଯୁଗ ଧରି ଭାଇ ହାତେ ଖଣ୍ଡିଏ ସୂତାକୁ ଭଉଣୀ 

ବାନ୍ଧିବା ପରମ୍ପରା ଅଛି ଆମ ସାକ୍ଷୀ 

ବିପଦେ ଆପଦେ ସାହା ହେବା ପାଇଁ ଶପଥ କରଇ  

ଭାଇ ଓ ସମ୍ପର୍କକୁ ନିବିଡ଼ କରିଥାଏ ଏହି ରାକ୍ଷୀ ।


ପବିତ୍ର ପାବନୀ ରକ୍ଷା ବନ୍ଧନ ପର୍ବ ଭାଇ ଭଉଣୀ ମଧ୍ୟେ

ସୃଷ୍ଟି କରେ ଅନାବିଳ ସମ୍ପର୍କ ଅନନ୍ତ କାଳରୁ

ଯେ ପର୍ଯ୍ୟନ୍ତ ଭାଇ ଭଉଣୀ ଜୀବିତ ଥିବେ, ବିପଦ ଓ 

ଆପଦେ ଠିଆ ହେବାକୁ ଶିଖୁଛେ ଏଇ ପ୍ରଥାରୁ ।


ଆଜି ଭାଇ ଚାହିଁଛି, ପିନ୍ଧାଇବ ଭ‌ଉଣୀ ହାତେ ରାକ୍ଷୀକୁ 

ଓ ଭ‌ଉଣୀ ଅନାଇ ରହିଛି ଭାଇକୁ

ସବୁ ଭାରତୀୟ ପାଳନ୍ତି ଏହି ଆବିଳତା ଶୂନ୍ୟ ଅପୂର୍ବ 

ପ୍ରେମ ଭାବନାର ବନ୍ଧନର ପର୍ବକୁ ।


ଘରେ ଅବା ଦୂର ବିଦେଶରେ ଥିଲେ ମଧ୍ୟ ରାକ୍ଷୀଟେ 

ବାନ୍ଧିବା ପାଇଁ ଭାଇ ଆସେ ଭ‌ଉଣୀ ନିକଟକୁ

ଭାଇ ନଆସି ପାରିଲେ ଅତି ସ୍ନେହରେ ହାତରେ ବାନ୍ଧିବା 

ପାଇଁ ଭ‌ଉଣୀ ପଠାଏ ଡାକରେ ରାକ୍ଷୀକୁ ।


ଦ୍ରୌପଦୀ ନିଜର ଦାମୀ ବସ୍ତ୍ର ଚିରି ବାନ୍ଧି ଦେଇଥିଲେ

ଟିକିଏ କଟି ଥିଲା ବୋଲି କୃଷ୍ଣଙ୍କ ଆଙ୍ଗୁଳିରେ

ସମସ୍ତେ ଜାଣିଛେ କୃଷ୍ଣ ରକ୍ଷା କବଚ ହୋଇ ପାଞ୍ଚାଳୀକୁ 

ରକ୍ଷା କରିଥିଲେ ପୌରାଣିକ ମତାନୁସାରେ ।


Rate this content
Log in

Similar oriya poem from Inspirational