STORYMIRROR

Kunja Bihari Dalai

Comedy

3  

Kunja Bihari Dalai

Comedy

ରାଜନୀତିର ଖଡ଼ି ଛୁଆଁ

ରାଜନୀତିର ଖଡ଼ି ଛୁଆଁ

1 min
128

ଆମରି ଦେଶର ଜଣେ ରାଜନେତା

 ପୁଅ ଅନୁରୋଧ କ୍ରମେ 

 ଶିଖାନ୍ତି ପୁତ୍ରକୁ ରାଜନୀତି ପାଠ

  ନିଷ୍ଠା ନୀତି ଓ ସମ୍ଭ୍ରମେ ।


ପୁଅ କହେ ବାପା ଶିକ୍ଷା ଦିଅ ତୁମେ

 ମୋତେ ରାଜନୀତି ପାଠ 

 ବାପା କୁହେ ପୁଅ ନୁହଇ ସହଜ

  ଶିଖିବା ଅପଢ଼ା ଶାଠ ।


ପୁଅ ବାଧ୍ୟ କରେ ବାପା କହୁଅଛି

 ଆଗ କୋଠା ପରେ ଚଢ଼ 

 ତଳେ ଛିଡ଼ା ହୋଇ ଧରିବି ତତେ ମୁଁ 

  କୋଠାରୁ ଯା ଡେଇଁପଡ଼ ?


ପଡିବା ଆଗରୁ ଧରି ନେବି ତତେ

 ଚିନ୍ତା ତୁ କରନା ଧନ 

 ମୁଁ ପରା ତୋହର ଜନ୍ମକଲା ବାପ

  ତୁ ମୋ ଏକୋଇ ସନ୍ତାନ ।


ଖୁସି ହୋଇ ପୁଅ କୋଠାରୁ ଡେଇଁଲା 

 ପଡ଼ି ହେଲା ଛଟପଟ 

 ଛିଡ଼ା ହୋଇ ବାପ ମୁରୁକି ହସଇ

  ପୁଅ ଚାହେଁ କଟ ମଟ ।


ପୁଅ ପଚାରୁଛି କଥା ଦେଇଥିଲ

 ପଡିଗଲେ ନେବ ଧରି 

 କେମିତିକା ବାପା ନିରବ ନିଶ୍ଚଳ  

  ଠିଆ ହେଲ ସ୍ଥାଣୁ ପରି ?


କହୁଛନ୍ତି ବାପା ରାଜନୀତି ପାଠ

 ପ୍ରଥମ ପାହାଚ ଏହି 

 ରାଜନୀତି କ୍ଷେତ୍ରେ ନିଜ ବାପାକୁ ବି 

  ବିଶ୍ଵାସ ଭରସା ନାହିଁ ।


ଆଜିକା ଦିନରେ ରାଜନୀତିର ଏ 

 ପାଠ ହେଲା ଖଡ଼ିଛୁଆଁ 

 ବେଇମାନୀ ପାଠ ପଢ଼ି କର ନାଟ

  ଦେଖିବ ସାରା ଦୁନିଆଁ ॥



Rate this content
Log in

Similar oriya poem from Comedy