STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ରାଧୁଦାସ,ଓହୋଃ

ରାଧୁଦାସ,ଓହୋଃ

1 min
246



ଆଜ୍ଞା ହଜୁର,

କାନ୍ଧ ଗାମୁଛାରେ ଛାମୁଙ୍କ ପାଦ ସେବା

ଚା' ପାଣି ବଢେଇ ବଢେଇ ହାତ ଫୋଟକା

ଗୋଡ଼ରେ ଫୋଟକା ବାହାରି ପଡିଲାଣି।

ଛାମୁ ଖୁସି ହେଲେ ଇନାମ ମିଳିବ

ଯେତେ ଯାହା ହେଲେ ବି

ଲୋଭ ଅଛି ନା 

ଟିକିଏ ନ୍ୟୁନ ହୋଇଗଲେ କେତେ ଫାଇଦା

ସ୍ଵାଭିମାନ ବଳୀ ପକେଇ ପରାଧୀନ

ହେବା ପଛେ,


କେହି ଦେଖୁ ନାହାଁନ୍ତି ନା

ଚୁପି ଚୁପି ପାଦସେବା କରି ଦେଇ

ଗୋଟିଏ ଆସନ ପାଇ ଯାଇ

ଯୋରରେ ଚିତ୍କାର କରି

ଡିଣ୍ଡିମ ପିଟିବା ହୋ ଦେଖ ହୋ

ମୁଁ ସ୍ଵାଧୀନ ସ୍ଵାଧୀନ ସ୍ଵାଧୀନ

ହା ହା ହା


ମାଇକ୍ରୋ ଫୋନଟା ପଡିଗଲା

ନିଦ ଭାଙ୍ଗିଗଲା,

ପଡିଥିଲେ ଚାରିକାତ ମେଲେଇ

ଖଟତଳେ ବୋକଚାବୁହା 

ରାଧୁଦାସ


Rate this content
Log in

Similar oriya poem from Inspirational