ରାବଣ ତୁ ମରିଯା'
ରାବଣ ତୁ ମରିଯା'
ରାବଣ ତୁ..ମରିଯା’..!!!
ତୁ..ମରିଯା’..!!!
ହେଇ..ଲୋ..ଆଇଲା ପିଙ୍କି..।
କେତେ ଦିନ ଟିକେ ଶାନ୍ତ ଥିଲା ଏବେ..
ଚାଲି ଯିବ ଝିଙ୍କା ଝିଙ୍କି..॥
ଚୁପ୍ ବସି ଥିଲେ କଙ୍କି..।
ରଜ ଯାଏଁ ପରା f.b. ବଜାର
ହେବ ଥରହର..
ହସିକି ଫାଟିବ ଟାଙ୍କି..॥
କିଏ ମାଲ କିଏ କଙ୍କି..?
ପିଙ୍କିକୁ ଦେଖିଲେ ସବୁ ମାଲହେଇ..
ହେବେ ଖାଲି ହଙ୍କାହଙ୍କି..॥
ଥରିଗଲା ପୁରା ବାଙ୍କି..।
ପିଙ୍କି ନାଆଁ ଶୁଣି ଆଖି ତରାଟିଲେ
ତିନିକୁ ତିନିଣ୍ଟାକ ରଙ୍କି..॥
ମନ ମୋ ଗଳାଣି ଶଙ୍କି..
କଣ କରିବ ଘରେ ତ ଡେଞ୍ଜର..
ହରି ଭଗବାନ ସନ୍ତୋଷ ପଧାନ
ଏମାନେ ତ ଘର ଢେଙ୍କି..॥
ଗାଡି ଏକ୍ସିଡେଣ୍ଟ୍ ଦେଖି..।
ମନେ ଭାବୁଛନ୍ତି ମରିଯା’ ରାବଣ
ନେଇ ଯିବୁ ୟାକୁ ଝିଙ୍କି..॥
ଯୁଆଡେ ପାରୁଛ ନେଇଯାଅ ଭାଇ
ବାଙ୍କି ନିଅ ନାଇତ ସୁଙ୍କି..॥
ଏତିକି ଜାଣିଥ ସଭିଙ୍କୁ ସେ ଭାବେ
ଏଇ ମାନେ ହେଲେ ମଙ୍କି..।
ନିଜ ଭିତରେ ତ ତୁଟୁନି ବିବାଦ
ବରଣ ମାଳାରୁ ପେଙ୍କି..॥
କାଇଁକି ମିଛରେ ବସିଛରେ ଭାଇ
ଧିଅରେ ବାସନା ମାଖି..।
ବୁଝୁନ କାହିଁ ମୁଁ ଫିଟ୍ କ୍ୟାଣ୍ତିଡେଟ୍
ସବୁ ତ ଦିଅର ଦେଢଶୁର ଯିଏ ବାକି..॥
ହରି କାନ୍ଦୁଥିଲେ ଅଛିଣ୍ତା ଗଳାରେ
ପିଙ୍କି ମୋ କବିତା ଶୁଣ..।
ତୁମ ପାଇଁ ପ୍ରିୟା କାନ୍ଦ ର କବିତା
ଲେଖେ ମୁଁ ସୁମରି ଗୁଣ..॥
ସନ୍ତ ଭାଇ କହେ ଖରା ଛୁଟିଟାରେ
ଆସିଗଲ ଭଲ ହେଲା..।
ବୁଲେରୋରେ ନେଇ ବୁଲେଇବି
ଥରେ ବାଙ୍କି ଆସିଗଲେ ହେଲା..॥
ଭଗିଆ ଭାଇ ମୋ ବଡ ହରବର
ଛୁଟି ମିଳୁନି ତା ଶଳା..।
ଦେଖ ମୋ ଦୁର୍ଭାଗ୍ୟ ପିଙ୍କି ନାହିଁ ଯୋଗ..
ଦେଖିନି ଗୋରା କି କଳା..॥
ପ୍ରମୋଦ ଭାଇ ମୋ ପ୍ରମାଦ ଗଣିଲେ..
ଭଲ ନାଟ ଏବେ ହେଲା..।
ପୁରୁଣା କଚିଆ ଏ ଯାଏଁ ଛିଡିନି
ଭିସିଲି ମାରି କି.. ୟାକୁ କିଏ ଡାକୁଥିଲା..?
R.J ଭାଇ ମୋର ନଈରେ ଗାଧାନ୍ତି
ଚନ୍ଦ୍ରିକା ସାବିନି ନେଇ..।
ଦେଖିଲା ବେଳକୁ ଓଳଗୀରେ ପିଙ୍କି
ଡାକି ଦେଲା ଭାଇ ଭାଇ..॥
ନିଜ ଲୁହେ ନିଜେ ଭାସିଗଲେ R.j.
ବେକାର ସେଣ୍ଟ୍ ପକେଇ..॥
ନୀଳକୁ ଭାସ୍କର ହୋଇ ତରତର
ଖୋଜୁଛନ୍ତି ସାରା ନଇ..।
ପିଙ୍କି ନେଇଥିଲେ ନଡିଆ ତେଲ ସେ
ଗାଧେଇବେ ଘସି ହେଇ..॥
ବଡ ଗାଉଛନ୍ତି ଗୁଣୁ ଗୁଣୁ ଗୀତ
ସଂଗିନୀ ରଙ୍ଗିନୀ ଆଜ ଦେଖିବିରେ ଭାଇ..।
ହେ..ସେ ବନର ଛାଇ..।
ପତ୍ର ପଡିଗଲେ ନେଳି ଭାଇ ଆମ
ଥରୁଟେ ଚମକୁ ଥାଇ..॥
ରମେଶ ପ୍ରଦୀପ ଅଜିତକୁ କୁନା
ଜଗିଛନ୍ତି ଫୁଲ ନେଇ..।
ଭାଉଜ ଡାକିଲେ ପପି ଦେଇଦେବେ
କୋଳରେ କୋଳେଇ ନେଇ..॥
ଜଣେ ଭାଇ ମୋର ଭିଡି ଆଣିଛନ୍ତି
ଶାୟାର ରିବିନି ଫିତା..।
କିରିମି ବୋଳିବି ବେଣୀ ବାନ୍ଧିଦେବି
ଆ..ମୋ କନକ ଲତା..॥
ପିଙ୍କି ଖୋଜୁଥିଲା କୁଆଡେ ଗଲା ମୋ
ପାଦର ପିନ୍ଧିବା ଯୋତା..॥
ଯିବୁ ନା ଦେଖିବୁ ଆଇଲା ମୋ ହିରୋ
ମାପି ଦବ ଧରି ଫିତା..॥
ରାଗରେ ମନୋଜ ଭାଇ ମୋ କହନ୍ତି
ଅପା ଶୁଣ ମନ ଦେଇ..।
ତୁମକୁ ମିଳିବା ନଣନ୍ଦ ପୁଟୁଳି
ନଣନ୍ଦେଇ ଦେଲା ଖାଇ..।
ବଡ ଦୁଃଖ ଲାଗେ ବନାରସୀ ପାଟ
ସୁନା ମୁଦି ହାଏ
କିଛି ବି ମିଳିଲା ନାଇଁ..॥
ପିଙ୍କି ଆସି ଏଠି ଓଳଗୀ ହୋଇଲେ
ରାଣ୍ତ ହେଇଯା’ ଲୋ କହି..।
ଚାରିଟା ଭଉଣୀ ଭାଗିବ ଏଠାରୁ
ଜଣେ ବି ରହିବ ନାହିଁ..॥
ରାବଣଟା କଣ ସହଜେ ମରୁଛି
ଶୁନୋ ମେରେ ପ୍ୟାରେ ଭାଇ..॥
ଜୀଇଁ ଥାଇ ନିତି ହାଃ..ହାଃ..ହସିବ
ପିଙ୍କି ଏଠି ଥିଲା ଯାଇଁ..॥
ପିଙ୍କି ପାଇଁ ଯଦି ଝଗଡା କରିବ
ଧୁଳିସାତ୍ କରି ୟହିଁ..।
ଇସିୱକ୍ତ୍ ନେଇ ଗୋରୀ ପିଙ୍କିଟିକୁ
ବୁଲେରୋ ଗାଡିରେ ବୁଲିବ ସରଗ ଭୁଇଁ..॥
ପ୍ରଭୁ..ହେ..
ବହୁ..ଦିନ..ପରେ ଖୋଜି ଖୋଜି
ମୋ ଭାଇ ମାନଙ୍କୁ
ଅଣ୍ଟା ଅଣ୍ଟି ..
ଆଣ୍ଟ ମାଡ ଦେଲ..ନାଇଁ..???
bhabani charan mishra.
mohana ( gajapati )
9438187739
