STORYMIRROR

Santosh Pattnayak

Abstract

2  

Santosh Pattnayak

Abstract

ପୟରେ ଦିଅ ଶରଣ

ପୟରେ ଦିଅ ଶରଣ

1 min
113

ବନ୍ଦେ ବୀଣାପାଣି ବିଦ୍ୟା ପ୍ରଦାୟିନୀ

ବର୍ଣ୍ଣମାଳାର ତୁ' ଜ୍ଞାତ୍ରି

ନମସ୍ତେ ନମସ୍ତେ ବୁଦ୍ଧି ପ୍ରଦାୟିନୀ

କଣ୍ଠସ୍ବର ମହାଦାତ୍ରି

ସୁ' ମନେ ସୁମନ କଲି ଅରପଣ

ପୟରେ ଦିଅ ଶରଣ

ଘେନି ମୋ'ଭକତି ଆଗୋ ଦୟାବତୀ

ଅହଙ୍କାର କର ଚୂର୍ଣ୍ଣ

ନୁହେଁ ଗୁଣୀଜ୍ଞାନୀ ନୁହେଁ ବି ବିଦ୍ବାନୀ

ଜାଣିନାହିଁ ପୂଜା ସ୍ତୁତି

କରଯୋଡି ଦୀନ କରୁଚି ଜଣାଣ

ଚିତ୍ତେ ଭର ଜ୍ଞାନ ଶକ୍ତି

ତୋ'ଗୁଣ ବର୍ଣ୍ଣନା ତୋ'ରୂପ ମହିମା

ବର୍ଣ୍ଣିବାକୁ ଶକ୍ତି ନାହିଁ

ତୋର କୃପା ବିନା ତୋର ଦୟା ବିନା

ଅସ୍ଥିତ୍ବ ମୋହର କାହିଁ

ଇଛୁ ନାଇଁ ଧନ ରତ୍ନ ଆଭୁଷଣ

କର ଆଶିଷ ପ୍ରଦାନ

ଦିଅ ଖିଏ ଜ୍ଞାନ ହରି ନିଅ ମାନ

ହଟିଯାଉ ଏ ଅଜ୍ଞାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract