STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପୂର୍ଣ୍ଣହେଉ ଆତୁରତା

ପୂର୍ଣ୍ଣହେଉ ଆତୁରତା

1 min
177


ଯେଉଁ ପଥେ ତୁମେ ନିତି ଯାଅ ଆଉ ଆସ

ଥାପି ଥାପି ତୁମେ ପଦୁଅଁ ପାଖୁଡ଼ା ପାଦ

କର୍ପୁର କସ୍ତୁରୀ ରେଣୁ,,

     ମହ ମ‌ହ ବାସେ ପୁଷ୍ପ ବରଷେ

     ବାଜିଉଠେ ପ୍ରେମ ବେଣୁ ।।


ସେଇ ପଥଧାରେ ଫୁଟିଉଠେ କେତେ ଫୁଲ

ସେ ପୁଷ୍ପ ସମ୍ଭାର ନୁହେଁ ସହୀ ତୁମ ତୁଲ

ତୁମେ ସ୍ଵର୍ଗ ପାରିଜାତ,,

     ନନ୍ଦନ ବନର ମୁଗ୍ଧା ସୁନ୍ଦର

     ଅପରୂପା ମୋର ମିତ ।।


ଅନୀଳେ ଗୁଞ୍ଜରେ ତୁମ ପାଉଁଜି ର ସ୍ଵର

ମଳୟେ ବାସେ ଯେ, ସେ ବାସ୍ନା ତୁମ ଦେହର

ସୁରଭିତ କରେ ମନ,,

     ସତରେ ସଙ୍ଗାତ ଆରେ ପ୍ରାଣ ମିତ

     ତୂମେ ରାତି ତୁମେ ଦିନ ।।


ଯାଆନ୍ତି ଆସନ୍ତି କେତେ କେତେ ନର ନାରୀ

ସବୁ ପାଦ ଚିହ୍ନ ନୁହେଁ ତୁମ ପାଦ ପରି

ସବୁଠୁ ଅଲଗା ଦିଶେ,,

     ତୁମ ଅପଘନ ଚନ୍ଦ୍ର ବଦନ

     ଚକ୍ଷୁ ପଲକେ ବିଭାଷେ ।।


ନୀଡହରା ଅସହାୟ ପଥିକ ଟେ ମୁହିଁ

ଆଶ୍ରୟ ତୋ କୋଳେ ଦିଅ ମୋରେ ଆରେ ସହୀ

ପୂର୍ଣ୍ଣ ହେଉ ଆତୁରତା,,

     ଅପୂର୍ବ ଛୁଆଁରେ ଦଗ୍ଧ ଜୀବନେ

     ଭରୁ ପ୍ରେମ ପୁଲକତା ।।



Rate this content
Log in

Similar oriya poem from Romance