STORYMIRROR

MADHU MITA

Tragedy Classics

3  

MADHU MITA

Tragedy Classics

ପୂର୍ଣ୍ଣଚ୍ଛେଦ

ପୂର୍ଣ୍ଣଚ୍ଛେଦ

1 min
330



ଲେଖି ଚାଲିଥିଲି.

ଅବିରାମ..ଅନବରତ

ସତେକି ଥିଲା ମୋ ଲେଖା

ଅପରିସୀମ..ଅସୀମ.. ପରିବ୍ୟାପ୍ତ..!


ସୁଖ ଲେଖିଲି,ଦୁଃଖ ବି ଲେଖିଲି..

ପ୍ରେମ ସହିତ ପ୍ରତାରଣାକୁ ଲେଖିଲି..

ମିଳନ ବିଚ୍ଛେଦ..ହସ ଆଉ ଲୁହ..

ମନ ଦେଇ ପ୍ରାପ୍ତି ଆପ୍ରାପ୍ତି ଲେଖିଲି..!


ବାକି ଲାଗୁଥାଏ

ଯେତେ ଲେଖୁଥାଏ !

ସେ କିନ୍ତୁ ମୋତେ

ଚୁପ୍ ହୋଇ ଦେଖୁଥାଏ !


କହିଲା..

"ମୁଁ..ବି..ଟିକେ କିଛି ଲେଖିବି ?"

ହସିଲି..

"ହଉ..ତେବେ ତୁମ ଲେଖା ପରେ

ମୁଁ ତାକୁ ନେଇ ଆହୁରି କେତେ ଲେଖି ଚାଲିବି"


ଆହ୍ୱାନ ଦେଇ କହିଲା

"ମୋ ଲେଖା କେବଳ ଗୋଟିଏ ଶବ୍ଦ ପରେ

ତୁମେ ଆଉ କିଛି ଲେଖି ପାରିବନି ତା ଉପରେ"


"ଆଛା.."

କହି ବଢାଇଦେଲି ମୋ ଲେଖନୀ ଅତି ଉତ୍ତପ୍ତ..

ଲେଖିଦେଲା ସେ କେବଳ ଗୋଟିଏ ଶବ୍ଦ..

"ସମାପ୍ତ"


ସତରେ

ମୁଁ ବହୁତ ଚେଷ୍ଟା କଲିଣି..

କିନ୍ତୁ

ତା ଉପରେ କେବେବି କିଛିବି ଆଉ ଲେଖି ହେଲାନି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy