STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପୂଣ୍ୟତୋୟା ବୈତରଣୀ

ପୂଣ୍ୟତୋୟା ବୈତରଣୀ

2 mins
265

     ପୂଣ୍ୟତୋୟା ବୈତରଣୀ
      =============
ଜୟ ପୁଣ୍ୟମୟୀ ପୂତ ବୈତରଣୀ l
       ଉତ୍କଳର ତୁହି ସୁର ତରଙ୍ଗିଣୀ ll
ଉତ୍କଳ ଜାହ୍ନବୀ ଉତ୍କଳର ଗଙ୍ଗା l
   ମହିମା ତୋର କି ବର୍ଣ୍ଣିବ ଅଭାଗା ll ସୁରେଶ୍ଵରୀ ମାଆ ସୁରପୂରେ ଥିଲୁ l
    କରୁଣା ବହି ମା ଉତ୍କଳେ ଆସିଲୁ ll
ବ୍ରହ୍ମା ତପ କଲେ ବ୍ରହ୍ମଯଜ୍ଞ କାଳେ l
  ତପ ବଳେ ମାଆ ଧରାକୁ ଆଣିଲେ ll ଗୋନାଶିକାରୁ ମା ହେଲୁ ବହିର୍ଗତ l
    ଆଗେ ଚାଲୁଥାନ୍ତି ବ୍ରହ୍ମା ଭଗୀରଥ ll
ପଥେ କାହିଁ ମାଆ ହୋଇଲୁ ଗୁପତ l
    ବ୍ରହ୍ମା ତପେ ପୁଣି ହେଲୁ ଆବିର୍ଭୁତ ll ଶିବଲିଙ୍ଗ ମାନ କୁଳରେ ଥାପିଲେ l
  ସଙ୍ଗେ ଘେନି ଯାଜପୁରକୁ ଆସିଲେ ll
ଯଜ୍ଞ ବରାହଙ୍କୁ ଯଜ୍ଞେ କଲେ ପୁଜା l       
  ଯାଜ୍ଞସେନୀ ମାଆ ଉଠିଲେ ବିରଜା ll
ତୋ କୂଳେ ବସନ୍ତି ଜଗତ ତାରିଣୀ l   
   ଘଟଗାଆଁ ଠାରେ ବିଶ୍ଵ ଠାକୁରାଣୀ ll ଯାଜପୂରେ ବ୍ରହ୍ମା ଯଜ୍ଞ ସମାପତ l
      ମହିମା ତୋହର ଭୁବନବିଖ୍ୟାତ ll
ମହିମା ତୋର ମା ବର୍ଣ୍ଣିତ ପୁରାଣେ l   
  ବୈତରଣୀ ତରିଗଲେ ପାପୀ ଜନେ ll
ଶେଷ ପୀଠ କୂଳେ ଆଖଣ୍ଡଳମଣି l
   ମନହର ତୋର ନୀଳ ନୀରବେଣୀ ll ଉତ୍କଳୀୟଙ୍କର କେଉଁ ପୂଣ୍ୟବଳେ l
      ବହି ଯାଇଅଛୁ ମାଆ ତୁ ଉତ୍କଳେ ll
ବକ୍ଷରେ ପଡ଼ଇ ବାରୁଣୀ ସ୍ନାହାନ l
  ମହା ମୋକ୍ଷଦାୟୀ ଯଥା ଗଙ୍ଗାସ୍ନାନ ll ବଙ୍ଗୋପସାଗରେ ଯାଇଛୁ ମିଳାଇ l
     କଳିଙ୍ଗ ସାଗର ପୂର୍ବେ ଯାକୁ କହି ll
 ଧାମରା ବନ୍ଦର କୂଳରେ ଶୈଳଜା l
      ମାଆ ଧାମରାଇ ପାଉଛନ୍ତି ପୂଜା ll
ଉତ୍କଳ ଭୁବନେ ତୁହି ଶୋଭାମୟୀ l   
   ପୂଣ୍ୟତୋୟା ତୋର ଚରଣ ବନ୍ଦଇ ll
              🙏🙏🙏
                  ଅର୍ଜୁନୀ
               ----------------
ଅର୍ଜୁନୀ ଚରଣ ବେହେରା
 ମୋ -୭୬୯୩୦୯୧୯୭୧


Rate this content
Log in

Similar oriya poem from Inspirational