Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Durjyodhan Barik

Children

3  

Durjyodhan Barik

Children

ପୁଷୀ ମାଉସୀ

ପୁଷୀ ମାଉସୀ

1 min
198



 ମାଉସୀ ଲୋ ପୁଷୀ ମାଉସୀ

ଆଜି କିଆଁ ଏଠି ବସିଛୁ ଋଷି ।


ବିଲେଇ ମଉସା କଅଣ କଲା,

ସକାଳେ ସକାଳେ କୁଆଡେ ଗଲା ।


ମାରିଛି କି ପୁଣି ଆଜି ସେ ତୋତେ ?

ସେଥିପାଇଁ ଆଜି ରାଗିଛୁ ଏତେ ।


କଅଣ କହିବି ତୁଉତ ପିଲା

ଆମ ଘରେ ହୁଏ କେତେ ଝମେଲା ।


କାଲି ଆଣିଥିଲା ପିଆଜି ଦୁଇ

ଆମ ପୁଅ ତାକୁ ଦେଲା ଯେ ଖାଇ ।


ସେଥିପାଇଁ ତାକୁ ବହେ ମାରିଲା

ଦାଣ୍ଡ ଖୁଣ୍ଟ ଟିରେ ବାନ୍ଧି ପିଟିଲା ।


କହନା ରେ ସିଏ କେମିତି ବାପ

ପୁଅ ଖାଇଦେଲେ କରୁଛି କୋପ ।


ମାଆ ପୁଅ ଦୁହେଁ କେତେ କାନ୍ଦିଲେ

କାନ୍ଦି କାନ୍ଦି ଆମେ ଶୋଇ ପଡିଲେ ।


କାଲି ରାତିରେ ମୁଁ ରାନ୍ଧିଲି ନାହିଁ,

ମଉସା ଭୋକରେ ଶୋଇଲା ଯାଇ ।


ସକାଳ ପହରୁ ଯାଇଛି ହାଟ,

ମୁଁ ଚାହିଁ ଅଛି ତାହାରି ବାଟ ।


କହିଛି ଶୁଖୁଆ ଆଣିବ ଆଜି

ମସଲା ଗୋଳାଇ ଦେବି ମୁଁ ଭାଜି ।


ସାଙ୍ଗ ସାଥି ତା'ର ପୁଅ ଡାକିବ,

ସମସ୍ତ ମିଶିକି ଏଠି ଖାଇବ ।


ଖାଇସାରି ସବୁ ଘରକୁ ଯିବେ

ତାଙ୍କ ଘରେ ଯାଇ ପିଲା ଶୋଇବେ।


ତୁ ପୁଅ ପାଖରେ ଶୋଇ ପଡ଼ିବୁ

ସନ୍ଧ୍ୟା ହୋଇଗଲେ ଘରକୁ ଯିବୁ ।


ଶୋଇ ଉଠି ସବୁ ପାଠ ପଢ଼ିବ 

ଭଲ ପାଠ ପଢି ମଣିଷ ହେବ ।


ଦେଶ ମାତୃକାର ସେବା କରିବ ,

ଦେଶ ବିଦେଶ ରେ ନାଆଁ ରଖିବ ।


Rate this content
Log in