ପୁଷି ମାଉସୀ
ପୁଷି ମାଉସୀ


ପୁଷି ମାଉସୀ ଦେଲେ ଆଉଁସି,
ଖୁସିରେ ପାଖେ ଯାଏ ସେ ବସି।
ଦେହ ତା' ଅଟେ ଭାରି ନରମ,
ଶୀତ ଦିନେ ଲାଗେ ଅତି ଗରମ।
ଲୋମ ସାଲୁବାଲୁ ଦେହ ତାହାର,
ତାକୁ ଦେଖି ମୂଷାଙ୍କୁ ଲାଗଇ ଡର।
ମ୍ଯାଉଁ ମ୍ଯାଉଁ କରି ଘରେ ବୁଲଇ,
ଶବ୍ଦ ଶୁଣି ମୂଷା ଯା'ନ୍ତି ପଳାଇ।
ଦୁଧ ଭାତ ତାକୁ ଲାଗେ ବଢିଆ,
ପ୍ରିୟ ଅଟେ ତାର ମାଛ, ଶୁଖୁଆ।
ଲୁଚି ଛପି କରି ଅନେଇ ଥାଏ,
ସୁଯୋଗ ମିଳିଲେ ଚୋରାଇ ଖାଏ।
ଉପକାରୀ ପ୍ରାଣୀ ପୁଷି ବିଲେଇ,
ନ ମାରିବ କେବେ ଜାଣିଥା ଭାଇ।
ବିଲେଇ ପୋଷା ଜୀବ ଆମର,
ଯତନ ନେବା ତାକୁ ନକରି ପର।