STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ପୁରୁଣା ପୃଷ୍ଠା

ପୁରୁଣା ପୃଷ୍ଠା

1 min
377

ସ୍ମୃତିର ରୂପେଲୀ ଆସ୍ତରଣେ ସୂଜି

ଦିବ୍ଯ ଭାବ ମନୋରମ

ପ୍ରତି ମନେ ନିତି ଯେଉଁ ଅନୁଭୁତି

ଆଉ ଅନୁଭବ ମାନ ।


ଜାଗ୍ରତ ରହଇ  କରେ ଭାବମୟୀ

ଚିତ୍ତେ ତୋଳି ଆଲୋଡନ

ପୁରୁଣା ପୂଷ୍ଟାର ପାଠ ନିରନ୍ତର

ଆହା ! କେଡେ ମୂଲ୍ଯବାନ ।


ଶିକ୍ଷଣୀୟ ତତ୍ତ୍ବ ଗାରିମା ମହତ୍ତ୍ବ

ଧରି ଯେ ଆପଣା କୋଳେ

ପ୍ରାଣେ ଅନୁପମ ସ୍ରୁଜେ ଜାଗରଣ

ପଠନେ ଆମୋଦ ତୋଳେ ।


ଗତ କଥା ଲେଖା ଅତୀତ ସୁଶିକ୍ଷା

ସାଇତା ଥାଏ ଯେଉଁଠି  

ପୁରୁଣା ପୂଷ୍ଟାରେ ସାଉଁଟା ସ୍ମୂତିରେ

ପଢି ମନେ ଭରେ ତୂପ୍ତି ।


ପୁରୁଣା ପୃଷ୍ଠାକୁ  ସାଇତି ଯେ ରଖୁ

ବିଗତ ଜ୍ଞାନ ସଂଗ୍ରହେ

ପଢନ୍ତି ସଭିଏଁ  ଯାହା ବେଳେ ବେଳେ

ନବୀନ ଋଚି ଆଗ୍ରହେ ।


ଗତ ଇତିହାସ  ସମାଜ ବିକାଶ

ଜ୍ଞାନ ବିଜ୍ଞାନ ସଭ୍ଯତା

ପୁରୁଣା ପୂଷ୍ଟାରେ ଥାଏ ନିରନ୍ତରେ

ସାହିତ୍ଯାକାରେ ସାଇତା ।


ହୋଇ ରହି ଥାଏ  ପଢି ଯାଣି ହୁଏ

ଅତୀତ କାଳ ବିଷୟେ

ସାଇତି ରଖନ୍ତି  ଏଥି ଲାଗି ନିତି

ଯାହାକୁ ଆଦର ସ୍ନେହେ ।


Rate this content
Log in

Similar oriya poem from Romance