STORYMIRROR

BISWESWAR MAJHI

Classics

3  

BISWESWAR MAJHI

Classics

ପୁଣ୍ୟ ତିଥିର ଶ୍ରଦ୍ଧାଞ୍ଜଳି: ବିଜୁ

ପୁଣ୍ୟ ତିଥିର ଶ୍ରଦ୍ଧାଞ୍ଜଳି: ବିଜୁ

1 min
11.6K

ଆନନ୍ଦ ଭବନ ଠାରେ ଆନନ୍ଦର ଲହରୀ

ଲକ୍ଷ୍ମୀ ନାରାୟଣ ଆଶାଲତା କୋଳ ଆବରି। 

ଉନବିଂଶ ଶତାବ୍ଦୀର ମାର୍ଚ୍ଚ ପଞ୍ଚମ ରିଖ

ଓଡିଶା ଭାଗ୍ୟାକାଶରେ ସ୍ୱର୍ଣ୍ଣାକ୍ଷରରେ ଲିଖ ।


ହେ ବୀର ବିଜୟାନନ୍ଦ ବିଜୁ ପଟ୍ଟନାୟକ

କଳିଙ୍ଗ ମାଟିର ଅପ୍ରତିଦ୍ୱନ୍ଦୀ ମହାନାୟକ ।

ଶାଳପ୍ରାଂଶୁ ଚେହେରାକୁ ସାଜେ ଦୁଃସାହସ

ବୀରପ୍ରସୁ ଉତ୍କଳର ହେ ପ୍ରବାଦ ପୁରୁଷ ।


ଡାକୋଟାରେ ସେନା ବହି କାଶ୍ମୀରରେ ଓହ୍ଲାଇ

ପାକିସ୍ତାନେ ପରାଭବ ଦେଶର ଅଭିନ୍ନ ହୋଇ ।

ବିଶ୍ୱ ଯୁଦ୍ଧେ ରୁଷିଆକୁ ଯୋଗାଇ ହତିଆର

ଇଣ୍ଡୋନେସିଆର ବଂଧୁ ପଦ ଭୁମିପୁତର।


ପାରାଦୀପ ବନ୍ଦରରୁ ସୁନାବେଡା ଡୁବୁରି

ରାଉରକେଲାରୁ ଦାମନଯୋଡି ବିସ୍ତରି। 

ରାଜପଥ ହେଉ ଅବା ବନ୍ଦରର କଳ୍ପନା

ସବୁଠି ତୁମରି ଛାପ ତୁମ ଚିନ୍ତା ଚେତନା ।


ଦରିଦ୍ର ଓଡିଶା କିନ୍ତୁ ୟୁନେସ୍କୋର କଳିଙ୍ଗ

ପୁରସ୍କାର ଗାଥା ଗାଏ ବୀଜୁ ବୀର ଗୌରବ ।

ମାଆକୁ ସମ୍ମାନ କଥା ତୁମ ସ୍ୱପ୍ନ ମହାନ

ତୃଣମୂଳ ସ୍ତରେ ମହିଳାଙ୍କ ପାଇଁ ସଂରକ୍ଷଣ। 


ସୁମନି ଝୋଡିଆ କଲ ପରାମର୍ଶ ଦାତରୀ

ତୁମ ସାହସରେ ସୃଷ୍ଟି ଅନେକ ନାରୀ ନେତ୍ରୀ ।

ନାରିକେଳ ଚରିତ୍ରଟି ଲାଗେ ଅତି ବିଚିତ୍ର

ସତାନବେ ଅପ୍ରେଲର ସତରଟି ଘାତକ ।


ପଂଚାୟତି ରାଜ ତୁମ ମହା ପରିକଳ୍ପନା

ଜନ୍ମତିଥି ପଂଚାୟତିରାଜ ଦିବସେ ଗଣା ।

ଭାରତ ରତ୍ନଟି ତୁମ ପାଇଁ ଲାଗେ ଅଳୀକ

ତୁମେ ପରା ବିଶ୍ୱରତ୍ନ ଆହେ ମହାନାୟକ ।

   


Rate this content
Log in

Similar oriya poem from Classics