STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

ପୁଣ୍ୟ ମାର୍ଗଶୀର

ପୁଣ୍ୟ ମାର୍ଗଶୀର

1 min
237

ମାସଙ୍କ ମଧ୍ୟେ ଅଟେ ସାର l

     ହିମ କାକର ମାର୍ଗଶୀର ll


ମୁଁ ଅଟେ ଶ୍ରେଷ୍ଠ ମାର୍ଗଶୀର୍ଷ l

    କହିଲେ ପ୍ରଭୋ ଜଗଦୀଶ ll


ସର୍ଷପ କୁସୁମେ କେଦାର l

    ଶୋଭା ତା ଜନମନ ହର ll


ସଜ ହେଲେଣି ସିନ୍ଧୁ ଜେମା l

    ମର୍ତ୍ତ୍ୟେ କରିବେ ପରିକ୍ରମା ll


ଆକାଶେ ଉଦେ ଦିବ୍ୟତାରା l

     ନାମ ତାହାର ମୃଗଶୀରା ll


ଧିରେ ଆସୁଛି ମାଡ଼ି ଶୀତ l

     ସଜାଇ ରଖ ଶୀତ ବସ୍ତ୍ର ll


ଶିଶିର ନାଶିଲା ପଦ୍ମିନୀ l

   ଫୁଟିଲେ ଧୀରେ କମଳିନୀ ll


ପୂଜା ହୋଇଲେ ପଦ୍ମାଳୟା l

    ମାଣ ବସାରେ ବିଷ୍ଣୁଜାୟା ll


ଶ୍ରୀଲକ୍ଷ୍ମୀ ପୁରାଣ ଗାୟନ l

     ଗାଆନ୍ତି ଭକ୍ତ ବଳରାମ ll


ଜଗା ବଳିଆ ଦୁଇ ଭାଇ l

   ଲକ୍ଷ୍ମୀଙ୍କୁ ଦେଲେ ଘଉଡ଼ାଇ ll


ଲକ୍ଷ୍ମୀ ତାହାଙ୍କୁ ଗଲେ ଛାଡ଼ି l

    ନ ମିଳେ ଭିକ୍ଷା ଅନ୍ନ ପଡ଼ି ll


ନାରୀ ଜାତିର ରଖି ମାନ l

     ଲକ୍ଷ୍ମୀଙ୍କୁ ଘେନି ଭଗଵାନ ll


ଶ୍ରୀମନ୍ଦିରରେ ସ୍ଥାନ ଦେଲେ l

   ମନ୍ଦିରଶ୍ରୀ ମା' ବୋଲାଇଲେ ll


ପୁଣ୍ୟ ଏ ମାସ ମାର୍ଗଶୀର l

     କେଶବ ନାମ ବିଷ୍ଣୁଙ୍କର ll


ବିଷ୍ଣୁ ପ୍ରିୟାଙ୍କ ମାସ ଏହି l

    ଧନ ଧାନ୍ୟରେ ପୂର୍ଣ୍ଣ ମହୀ ll


ପକ୍ବ ଧାନ୍ୟକୁ ଅବଲୋକି l

     କୃଷକେ ହେଉଛନ୍ତି ସୁଖି ll


ହୋଇଲା ମାର୍ଗଶୀର୍ଷ ଶେଷ l

    ମହୀରେ ବିଜେ ପୁଷ ମାସ ll


ଧନ୍ୟ ଏ ୠତୁ ଆବର୍ତ୍ତନ l

       ସୃଜି ଅଛନ୍ତି ଭଗଵାନ ll


ଧନ୍ୟ ହେ ବିଶ୍ୱ କାରିଗର l

     ଘେନ ମୋହର ନମସ୍କାର ll



Rate this content
Log in

Similar oriya poem from Inspirational