STORYMIRROR

Jayashree Maharana

Abstract

2  

Jayashree Maharana

Abstract

ପୁଣ୍ୟ ଭୂମିର ଦାୟାଦ ଆମେଡ଼ିକାଲ

ପୁଣ୍ୟ ଭୂମିର ଦାୟାଦ ଆମେଡ଼ିକାଲ

1 min
139

ପୁଣ୍ୟ ଭୂମିର ଦାୟାଦ ଆମେ

ଶାନ୍ତିର ପଥଚାରୀ

ଏକତା ଆମ ଦୁର୍ମୂଲ୍ୟ ଶକ୍ତି

ମୁକତି ଆମ ଶିରୀ


ହିମାଦ୍ରୀ ଆମ ରକ୍ଷା କବଚ

ପବିତ୍ର ଗଙ୍ଗା ଜଳ

ଚନ୍ଦନ ପରି ଧୂଳି କଣିକା

ସବୁଜ କ୍ଷେତ ବଳ


ଝରଣା ଗାଏ ଦେଶ ଗୀତିକା

ହୃଦୟେ ଭରେ ପ୍ରୀତି

ଅତୀତ ଗାଥା ଗରବେ କହେ

ଆମରି କଳାକୀର୍ତ୍ତି


ଗହଳ ବନ ଦେଶସେବାର

ବାରତା କହେ କାନେ

ବୀର ପୁରୁଷ ଅଭୂଲା ସ୍ମୃତି

ସାହସ ଭରେ ମନେ


ନୀଳ ସାଗର ଦୟାର ମୂଲ୍ୟ

ବୁଝାଏ ନିତିଦିନ

ଶାନ୍ତି ମଇତ୍ରୀ ଈଶ୍ୱର ଭକ୍ତି

ଆମର ମୁଖ୍ୟ ଧନ


ଚିର ମଳୟ ପବନ କହେ

ନିର୍ଭୀକ ଆମ ଜାତି

ଅହିଂସା ମନ୍ତ୍ର ସାରା ବିଶ୍ୱରେ

ଅରଜି ଅଛି ଖ୍ୟାତି


ପରାଧୀନତା ଆମ ବଇରୀ

କର୍ମକୁ କରୁ ପୂଜା

ଧତମ ଆମର ପ୍ରାଣରକ୍ଷକ

ଆମେ ତାହାରି ପ୍ରଜା


ପୂର୍ବ ସୁରୀଙ୍କ ରକତ ଧାର

ଭରିଛି ଦେହେ ପ୍ରାଣ

ବୀରତ୍ୱ ଗାଥା ସ୍ମରଣ କରି

ରଖିବା ଦେଶ ମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract