STORYMIRROR

pranati Mahapatra

Abstract Tragedy

3  

pranati Mahapatra

Abstract Tragedy

ପୁଣି ଫେରି ଯିବନି ତ

ପୁଣି ଫେରି ଯିବନି ତ

1 min
374

ଯଥେଷ୍ଟ ହୋଇଛି ପରିବର୍ତ୍ତନ,

ବେଶ ଭୂଷା ରୂପ ଚାଲିଚଳଣୀ କଥାବାର୍ତ୍ତା ବ୍ୟବହାର

ଉଲଗ୍ନ ମଣିଷ ଆଜି ବାନରରୁ ନର 

ଉନ୍ନତ ଜ୍ଞାନ କୌଶଳରେ ବେଶ୍ ଉନ୍ନତି

କାଠଭେଳାରୁ ଲଞ୍ଚ୍ ଷ୍ଟିମର ବୋଟ

ଯାଯାବର ରୁ ପାଇଛି ସ୍ଥାୟୀ ବସତି ସ୍ଥାପନ

ଗଛ ବକ୍କଳରୁ ଆଧୁନିକତାର ସୁଟ୍ ବୁଟ୍ କୋଟ

ପରିବହନ ସ୍ଵାସ୍ଥ୍ୟ ଶିକ୍ଷା ଚାଷବାସ ପୁଣି ବାସଗୃହ

ସବୁଠି ଫୁଟିଉଠେ 

ପୁରାତନରୁ ନୂତନର ବାସ୍ନା

ଆଧୁନିକତାର ରଙ୍ଗରେ ରଙ୍ଗାୟିତ

ସବୁଥିରେ ଆଧୁନିକତାର ଛାପ ରହିଥିଲେ ବି

ମନ ବିବେକ ହୃଦୟ କିନ୍ତୁ ନରରୁ ପଶୁପ୍ରବୃତ୍ତିରେ

ରୂପାନ୍ତରିତ ହୋଇ ଯାଇଛି।

ମିଳୁନାହିଁ ଆଧୁନିକତାର ଛାପ।

ଭୟ ଲାଗେ ପୁଣି କାଳେ ଫେରିଯିବ କି ଏ ମଣିଷ

ତା'ର ପୂର୍ବଜଙ୍କ ଅବସ୍ଥାକୁ ।

ଆଜିକାଲି ର ଛିଣ୍ଡା ପ୍ୟାଣ୍ଟ ,କେଶ ବିନ୍ୟାସରୁ 

ମିଳୁଛି ଟିକେ ଟିକେ ଆଭାସ।

କାଳେ ହଜେଇ ଦେବ ନି ତ 

ଆଧୁନିକତାର ପାଖରୁ ପଛକୁ ପଛକୁ

ପୁରାତନ ସଭ୍ୟତାର ନଗ୍ନ ବେଶ ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract