STORYMIRROR

Santosh Mishra

Comedy Romance

4  

Santosh Mishra

Comedy Romance

ପତ୍ନୀ ଓ ପ୍ରେମିକା

ପତ୍ନୀ ଓ ପ୍ରେମିକା

1 min
155

ପତ୍ନୀକୁ କହିଲି

ଆଗୋ ପ୍ରିୟତମା

ମୋ କଥା ଟିକିଏ ଶୁଣ,

ତୁମଠୁଁ ସୁନ୍ଦରୀ

ଅଟେ ମୋ ପ୍ରେମିକା

କିଣି ନେଲା ମୋର ମନ ।୧।


ଧୋବ ଫର ଫର

ଚେହେରା ସହିତ

ସଦା ହସ ହସ ମୁହଁ,

ଥରେ ସେ ଆଉଁଷି

ଦେଲେ ମୋ ଶରୀର

ଶୀତେଇ ଉଠେ ଏ ଦେହ ।୨।


ଲାଜକୁଳୀ ଲତା

ପରି ସେ ଲଜାଏ

କରେନାହିଁ କେବେ ପାଟି,

କ୍ଳିଷ୍ଟ ଶବ୍ଦ ସବୁ

ସଜେଇ କହିଲେ

କାଟେ ନାହିଁ କେବେ ଛାତି ।୩।


ବଳେଇ ବଳେଇ

ଖୁଆଇ ଖାଏ ସେ

କୋ କାଳେ ଥିଲା ମୋ ମାଆ,

ଆଈ ପରି ସିଏ

କୋଳେଇ ଧରୁଛି

ମନ କହେ ସେଠି ଥାଆ ।୪।


ସଂସାରର ଦୁଃଖ

ସବୁ ଭୁଲିଯାଏ

ପ୍ରେମିକା ପାଖରେ ଥିଲେ,

ନିତି କହେ ସିଏ

ଜୀବନବି ଦେବି

ଥରେ ତୁମେ ମାଗିଦେଲେ ।୫।


ତା କଲିଜା ଦେଖ

କେତେ ସେ ଉଦାର

ତୋ ପରି ନୁହେଁ କୃପଣ,

ସ୍ନେହରେ ସେ ସଦା

ବାନ୍ଧି ରଖିଥାଏ

ତୁଚ୍ଛ ତା ଆଖିରେ ଧନ ।୫।


ସବୁ ଶୁଣିସାରି

କହିଲା ମୋ ପତ୍ନୀ

ପ୍ରେମିକା କଲିଜା ଆଣ,

ତା କଲିଜା ଖାଇ

ହେବି ତାର ପରି

ଗାଇବ ତୁମେ ମୋ ଗୁଣ ।୭।


ତତ୍କ୍ଷଣେ ଯାଇ ମୁଁ

ମାଗିଲି କଲିଜା

ଦେଲାନି ପ୍ରେମିକା ମୋର,

ଏ କୂଳ ସେ କୂଳ

ହେଲିନି କାହାର

ହେ ପ୍ରଭୂ ! ଉଦ୍ଧାର କର ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy