Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Inspirational

3  

Dr.Soumya Ranjan Khatua

Inspirational

ଗୋପୀଚନ୍ଦନ ପ୍ରିୟ ଶ୍ରୀହରି ... -

ଗୋପୀଚନ୍ଦନ ପ୍ରିୟ ଶ୍ରୀହରି ... -

1 min
178


ଗୋପୀଚନ୍ଦନ ପ୍ରିୟ ଶ୍ରୀହରି ...

- - - - - - - - - - - - - - - - -

ଶ୍ରୀ କୃଷ୍ଣ ଜଗତନାଥ ଶ୍ରୀ ଜଗନ୍ନାଥ ,

ସକଳମାୟାର ଉର୍ଦ୍ଧ୍ୱେ ସେ ଅବସ୍ଥିତ ,

ଦିନେ ପରୀକ୍ଷା କରିବାକୁ ଅଷ୍ଟ ପାଟରାଣୀ ତାଙ୍କ ପ୍ରତି କେତେ ସମର୍ପିତ ,

ମୁଣ୍ଡ ବିନ୍ଧା ହେବାର ମାୟା କଲେ ଜଗତ କରି ସେ ମୋହିତ ।। - - - ୧


ସଙ୍ଗେ ସଙ୍ଗେ ଆସି ଉପସ୍ଥିତ ହେଲେ ନାରଦ ,

ବିନୟେ ପ୍ରଣାମ କରି କହିଲେ ହେ ବାସୁଦେବ ,

ଜଗତ ମୁଣ୍ଡ ବିନ୍ଧା ଯିଏ କରନ୍ତି ଦୂର ତାଙ୍କ ମୁଣ୍ଡ ଯେ ବିନ୍ଧାରେ ସେ ଅସ୍ତବ୍ୟସ୍ତ ,

ହେ ଶ୍ରୀ ହରି କିପରି ଉପଚାର ହେବ କୁହ ମୁଁ ଯେ ବିବ୍ରତ ।। - - - ୨


ଲୋଡ଼ା ମୋ ଭକ୍ତଙ୍କ ପଦ ରଜ ଉପଶମ ପାଇଁ ,

ସେ ପଦରଜ ବୋଲିଦେଲେ କପାଳେ ହେବ ଉପଶମ ସେଇ କ୍ଷଣି ,

ନାରଦ ମାଗିଲେ ରୁକ୍ମଣୀ ସତ୍ୟଭାମା ଅନ୍ୟ ରାଣୀଙ୍କୁ ଏକଥା ଭଣି ,

କିନ୍ତୁ ଦେଲେଣି କିଏ ନର୍କରେ ପଡ଼ିବୁ ପଦରଜ ସ୍ୱାମୀ ମୁଣ୍ଡେ ବୋଳିଲେ କହି ।। - - -  ୩


ବ୍ରହ୍ମା ହର ମଧ୍ୟ ସେଇ କଥା କହି ,

ନିଜ ପଦ ରଜ ଦେଲେ ନାହିଁ ,

ପ୍ରଭୁଙ୍କ ଆଦେଶେ ନାରଦ ବ୍ରଜଭୂମି ଗୋପିଙ୍କ ପାଖେ ତହିଁ ,

ଶ୍ରେଷ୍ଠ। ଗୋପୀ ଶ୍ରୀ ରାଧା କହିଲେ ଶ୍ରୀକୃଷ୍ଣ ଙ୍କ ଅସୁସ୍ଥତା ଶୁଣି ।। - - - ୪


ନିଅ ଯେତେ ପଦ ରଜ ମୋ ପ୍ରଭୁ ଙ୍କ ସୁସ୍ଥତା ପାଇଁ ,

କେତେ ଯୁଗେ ପଡିଲେ ପଡ଼ିବୁ ନର୍କେ ପଛେ ମୋ ପ୍ରଭୁ ପାଇଁ ,

ତହିଁ ଗୋପୀ ଗଲେ ଦ୍ଵାରିକା ନାରଦଙ୍କୁ ସଙ୍ଗତେ ନେଇ ,

ପ୍ରଭୁଙ୍କ ମୁଣ୍ଡ ବିନ୍ଧା ହରିଲେ ନିଜ ପଦ ରଜ ଦେଇ ।। - - - ୫


ଗୋପିଙ୍କ ନିସ୍ୱାର୍ଥ ପ୍ରେମ ପ୍ରଭୁଙ୍କ ପାଇଁ ,

ତାଙ୍କ ପଦ ରଜେ ଗୋପୀ ପୁଷ୍କରିଣୀ ଆଜି ଅଛଇ ,

ସେ ପଦ ରଜକୁ ତିଳକ ରୂପେ ଗୋବିନ୍ଦଙ୍କୁ ଲଗେଇ ,

ନିଜ ଲଗାନ୍ତୁ ଅନ୍ତେ ଯମ ଦଣ୍ଡୁ ବର୍ତ୍ତି ବୈକୁଣ୍ଠ ଯିବା ପାଇଁ ।। - - - ୬


ଜୟ ଶ୍ରୀ ରାଧେକୃଷ୍ଣ 🙏🙏


Rate this content
Log in

Similar oriya poem from Inspirational