Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananga Patel

Inspirational

4  

Ananga Patel

Inspirational

ପଶୁପକ୍ଷୀ ଓ ମଣିଷ (ଭାଗ -୨)

ପଶୁପକ୍ଷୀ ଓ ମଣିଷ (ଭାଗ -୨)

1 min
318



ନେଉଳ କହଇ, ପୋଷ ମାନିବି,

ସାପ, ବେଙ୍ଗ, ମୂଷା, ଘଉଡ଼ାଇବି l

ସୁନ୍ଦର ପକ୍ଷୀ ମୁଁ, ନାମ ମୟୁର,

ପୂଛ ମେଳି ଦେଲେ, ଦିଶେ ସୁନ୍ଦର l

କଳାମେଘ ଦେଖି, ହୁଏ ମୁଁ ଖୁସି,

ନାଚି ଦେଲେ ଯାଏ ପାଣି ବରଷି l

ପକ୍ଷୀଶ୍ରେଷ୍ଠ ଅଟେ, ଗରୁଡ଼ ମୁହିଁ,

ସର୍ବଦା ବିଷ୍ଣୁଙ୍କ, ସେବାରେ ଥାଇ l

ବାହନ ଅଟେ ମୁଁ, ମା ଲକ୍ଷ୍ମୀଙ୍କର,

କୋରଡ଼ରେ ରହେ, ନାଁ ପେଚା ମୋର l

ମୂଷିକ ଅଟଇ,ମୁହିଁରେ ଭାଇ,

ପ୍ରଭୂ ଗଣେଶଙ୍କ ସେବାରେ ଥାଇ l

ପଶୁରାଜ ସିଂହ, ଅଟଇ ମୁହିଁ,

ଦୁର୍ଗାମାଆଙ୍କର, ସେବାରେ ଥାଇ l

ମୋ ପୃଷ୍ଠେ ବସିଲେ, ଜଗତ ମାତା,

ମହିଷା ବଧିଣ, ଜଗତ ଜିତା l

କୃମ ଅବତାରେ, ସିନ୍ଧୁ ମନ୍ଥନ,

ମନ୍ଦର ପର୍ବତ, କଲେ ଧାରଣ l

ମସ୍ୟ ଅବତାରେ, ଶ୍ରୀନାରାୟଣ,

ଶଙ୍ଖାସୁର ବଧି, ରଖିଲେ ମାନ l

ଶ୍ରୀରାମଙ୍କ ସାଥେ, ସର୍ବଦା ଥାଇ,

ଜୀବନ ଅର୍ପିଲୁ ତାଙ୍କରି ପାଇଁ l

ଅଟୁ ଭାଇ ଆମେ, ବାନର ଜାତି,

ଶ୍ରୀରାମ ପୟରେ କରୁ ଭକତି l

ଦେବ, ନର, ସୁର, ସେବାରେ ମୁହିଁ,

ରହିଛି ରହିବି ସଦାରେ ଭାଇ l

ତଥାପି ବୁଝୁନି, ଏହି ମଣିଷ,

ସଭିଙ୍କ ମନରେ,ଭରଇ ବିଷ l

ପଶୁପକ୍ଷୀଙ୍କର, କରେ ବିନାଶ,

ହୋଇଯିବ ଦିନେ, ସେ ସର୍ବନାଶ l

ପଶୁପକ୍ଷୀ ଆଉ, ଉଦ୍ଭିଦ ଯେତେ,

ପ୍ରକୃତରେ ମିତ୍ର,ଅଟନ୍ତି ସତେ l

ସଭିଏଁ କରିବା, ତାଙ୍କୁ ଆଦର,

ଉପଦେଶ ଅଟେ, ଦ୍ୱିତୀୟ ମୋର ।।


Rate this content
Log in

Similar oriya poem from Inspirational