STORYMIRROR

Dasarathi Sahu

Inspirational

3  

Dasarathi Sahu

Inspirational

ପଶୁବି ମାନିବ ପୋଷା

ପଶୁବି ମାନିବ ପୋଷା

1 min
2.3K


ଭୁଲନାହିଁ ବନ୍ଧୁ ଅତୀତ ଛାତିରେ

ଜୀବନର ମୂଳଦୁଆ

ଆଜି ସିନା ତୁମେ ପ୍ରୀତି ପ୍ରଜାପତି

ଥିଲ ଦିନେ ସଂବାଳୁଆ

ଅତୀତକୁ ଭୁଲି ହୁଅନି ଖିଆଲି

କଥା କୁହ ଜଗି ରଖି

ଶବ୍ଦର ବାଣରେ ନମାର ମିତ୍ରରେ

ମନ ଭାରି ନିରିମାଖି

ନିରିମାଖି ମନ ଅଟେ କାଚ ସମ

ଭାଙ୍ଗିଲେ ହୁଏନା ଯୋଡି

ସ୍ନେହ ଶ୍ରଦ୍ଧା ନେସୀ ହୁଅ ମିଷ୍ଟାଭାଷି

ଜୀବନଟା ଦୁଇ ଘଡି

କହିବାର ଅର୍ଥ ହେ ପ୍ରିୟ ପାଠକ

ଦୂରେ ଫିଙ୍ଗ କଟୁଭାଷା

କହିବା କଥାରେ ଦରଦ ଥିଲେ ହେ

ପଶୁ ବି ମାନିବ ପୋଷା ।

ଦାଶରଥି ସାହୁ

କଳମ୍ବ /ଗଜାଂମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational