STORYMIRROR

Satyabati Swain

Inspirational

3  

Satyabati Swain

Inspirational

ପ୍ରତ୍ୟେକ୍ଷ ପରମ ବ୍ରହ୍ମ

ପ୍ରତ୍ୟେକ୍ଷ ପରମ ବ୍ରହ୍ମ

1 min
417

ପ୍ରତ୍ୟେକ୍ଷ ପରଂବ୍ରହ୍ମ

ଜୀବନ ନିର୍ମାଣ କର ଗୁରୁବର ତୁମେ

ଶିକ୍ଷା,ଦୀକ୍ଷା,ଜ୍ଞାନ ଦେଇ

ବଞ୍ଚିବା ପାଇକି ଯେତିକି ସାଧନ

ତୁମଠୁ ପାଇଛି ମୁହିଁ।

ମୋଭିତରେ ଯେତେ ଅହଂ,କୁଅଭ୍ୟାସ

ଶିଖାଆ ସଂହାର ପାଇଁ

ଗୁରୁଙ୍କରଗୁରୁ ପରମଗୁରୁ ପ୍ରାପ୍ତ

ପଥକୁ ଦିଅ ଦେଖାଇ।

ତେଣୁ ତୁମେ ବ୍ରହ୍ମା,ବିଷ୍ଣୁ, ମହେଶ୍ୱର

"ପ୍ରତ୍ୟେକ୍ଷ ପରମ ବ୍ରହ୍ମ"

ଏ ଗୁରୁ ଦିବସେ ହେ ଗୁରୁ ମୋର

ଘେନ ସଭକ୍ତି ପ୍ରଣାମ ।

ସତ୍ୟ ପଥ ତୁମ ଅନୁସରୁ ଥିବି

ଅନ୍ୟାୟ ବିରୋଧ କରି

ଶୃଙ୍ଖଳିତ ହେବି କୁ ପଥେ ନ ଯିବି

ଦିଅ ଏ ଆଶିଷ ଢାଳି।

ପରଉପକାର କରିବି ଜୀବନେ

ଯେତିକି ସାମର୍ଥ୍ୟ ମୋର

ଦୁଖୀ ଜନ ପ୍ରାଣ ବୁଝିବି ସଦା ମୁଁ

ଏତିକି କଲ୍ୟାଣ କର।

ନ ଦେବି କା ମନେ ଟିକିଏ କଷଣ

ଶୁଖିଲା ଓଠ ଧାରେ

ଲୁହ ପୋଛିବାକୁ କାନ୍ଦୁ ଏ ପରାଣ

ହସ ବାଣ୍ଟି ଅକାତାରେ।

ଅନିତ୍ୟ ଜୀବନ ନାହି କିଛି ମୂଲ୍ୟ

ଏଇ ଅଛି ଏଇ ନାହିଁ

ପବନର ବିନା ଏ ତୁଚ୍ଛ ଶରୀର

ଶବ ସିନା ପାଲଟଇ।

ଏଇକ୍ଷଣ ଭାରି ଲୋଭନୀୟ ଗୁରୁ

ମନଭରି ବଞ୍ଚୁଥିବି

ଗତକାଲି କିବା ଭବିଷ୍ୟତ ପାଇଁ

କାହିଁକି ଅଧୀର ହେବି ?

ତୁମ ଦିଆ ଜ୍ଞାନ ଲଗାଇ ଜୀବନେ

ଖୁସି ଖୁସି ଚାଲିଯିବି

ଚାଲିଯିବା ପୂର୍ବୁ ଏ ସଂସାରେ ଛାଡି

କିଛି ଭଲ କରି ଯିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational