STORYMIRROR

Amarananda Nayak

Inspirational

4  

Amarananda Nayak

Inspirational

ପ୍ରତ୍ୟାଶା

ପ୍ରତ୍ୟାଶା

1 min
233


ପଡ଼ି ରହିଅଛି ସମ୍ମୁଖେ ମୋହର,

କେତେ ଅସୁମାରୀ ଆଶା ।


ପୂର୍ଣ୍ଣତା ପାଇଁ ଧାଇଁ ସାଇତିଛି,

ବୁକୁରେ ବ୍ୟାକୁଳ ଭାଷା ।


ସବୁଜିମା ପାଇଁ ଅନାଇ ରହିଛି, 

କେତେ ଯେ ଟାଙ୍ଗରା ଭୂଇଁ।


କର୍ମକ୍ଷମ ମୁଁ ତୃପ୍ତି ମୋହର, 

ଏଯାଏଁ ତ ଆସି ନାହିଁ।


ମାଟିର ପିତୁଳା ପଥଚାରୀ ମୁଁ, 

ଚାଲିଛି ଧରଣୀ ପଥେ। 


ସାଇତିଛି କେତେ ବୁକୁର ବ୍ୟଥା, 

ସଢିଛି କଷଣ ଘାତେ।


ବାଣ୍ଟି ଚାଲିଛି ମୁଁ ପ୍ରେମର ପିଆଲା, 

କପଟର ମାୟାଜାଲ ବୁଣି ନାହିଁ କେବେ ।


ଜାଣିଛି ମୁଁ ପ୍ରୀତିର ଚିଟାଉ ସହଜେ ମିଳେନା, 

ଫୁଲର ସୁବାସ ମୁଦେନା ଗହନ ବନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational