STORYMIRROR

Gangotri Priyadarshini

Inspirational Others

3  

Gangotri Priyadarshini

Inspirational Others

ପ୍ରତ୍ୟାଖ୍ୟାନ

ପ୍ରତ୍ୟାଖ୍ୟାନ

1 min
152


ମୁଁ ପ୍ରତୀକ୍ଷିତ ... ...

ତୁମେ ମାନ କି ନମାନ ... ...

ବିଶ୍ୱାସ କରିପାର ... ...

ନାହିଁ ମୋର ଲେଶ ମାତ୍ର ଅଭିମାନ ... ... ।।

ମୋ ପାଇଁ ପ୍ରତୀକ୍ଷା ... ...

ସତେ ଅବା ଦାୟିତ୍ଵ ସମାନ ... ...

ପୂର୍ବରୁ ଥିଲା ,ଆଗକୁ ରହିବ ... ...

ଏବେ ବି ଅଛି ... ...

ତୁମେ କୁହ ଏସବୁ କଣ ପ୍ରତ୍ୟାଖ୍ୟାନ ... ... ।।

ମୁଁ ଉପେକ୍ଷିତ ... ...

ତୁମକୁ କାହିଁକି ଦୋଷ ଦେବି ... ...

ମୁଁ ତ ସହୁଛି ସହୁଛି ... ...

ସମ୍ପୂର୍ଣ୍ଣ ଅଭ୍ୟସ୍ତ ମୁଁ ... ...

ଭାବିନିଅ ଏମିତି ହିଁ ମୋ ଜୀବନ ... ... ।।

ଏ କେମିତି ଜୀବନ ... ...

ସବୁ ସ୍ବପ୍ନ ଏଠି ଦୁଃସ୍ଵପ୍ନ ... ...

ମୋ ପାଇଁ କେହି ନାହିଁ ... ...

ଦୁଃଖ ଖାଲି ଏତିକି ଯେ ... ...

ଭାବିଦେଖ ଥରେ ଖାଲି କେମିତି ମୋ ଜୀବନ ... ... ।।

ଦେଖୁନ କେମିତି ... ...

ବହଳ ବହଳ ଅନ୍ଧାର ... ...

ହତାଶା ,ଅନୁକମ୍ପା ,ଘୃଣା ... ...

ମୋତେ ଆଲିଙ୍ଗନ କରୁଛନ୍ତି ... ...

ଅବଶୋଷ ନାହିଁ , ଆକୁ ହିଁ ତ କହନ୍ତି ଜୀବନ ... ... ।।

କୁଢ଼ କୁଢ଼ ଭଙ୍ଗା ସ୍ଵପ୍ନ ... ...

ପରସ୍ତ ପରସ୍ତ ମିଛ ପ୍ରତିଶ୍ରୁତି ... ...

ସବୁ ଜାଣି ବି ମୁଁ ଚୁପ୍ ଅଛି ଆଜି ... ...

ଏତିକି ତ ଭଲରେ ଜାଣିଛି ଯେ ପ୍ରେମ ଭିକ୍ଷା ରେ ମିଳେନି ... ... ।।

ସବୁ ସମର୍ପି ସାରିଲା ପରେ ... ...

ବିଶ୍ୱାସ ଅବିଶ୍ବାସ ର ପ୍ରଶ୍ନ ... ...

ଉତ୍ତର ରେ କଣ ସନ୍ତୁଷ୍ଟ ହେବ ତୁମେ ... ...

ଚାହୁଁଛ ଯଦି ଏଇ ଭିଡ଼ରେ ଛାଡ଼ି ଚାଲି ଯାଆ ... ...

ବଞ୍ଚିଯିବି ପ୍ରତାରଣା ଆଉ ପ୍ରତ୍ୟାଖ୍ୟାନ କୁ ପାଥେୟ କରି ... ... ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational