STORYMIRROR

Bidyadhar Mantry

Inspirational Others

4  

Bidyadhar Mantry

Inspirational Others

ପ୍ରତିଯୋଗିତା ପ୍ରସ୍ତୁତି

ପ୍ରତିଯୋଗିତା ପ୍ରସ୍ତୁତି

2 mins
217


ଦୌଡ ପ୍ରତିଯୋଗିତା ପାଇଁ ବିଜ୍ଞାପନ

ଅନଲାଇନ୍ ଆପ୍ଲିକେସନ୍ ଗ୍ରହଣ ହେବ

କେତେ ଜଣ ପ୍ରାର୍ଥୀ ଜଣା ପଡ଼ିଲା ପରେ

ତାରିଖ ଓ ସମୟ ନିର୍ଦ୍ଧାରଣ ହେବ

ଦୂରତା ମାତ୍ର କୋଡ଼ିଏ କିଲୋମିଟର

ରସୁଲ ଗଡ ଛକରୁ ବାଦାମ ବାଡ଼ି

ପ୍ରାର୍ଥୀ କଇଁଛ ଓ ଠେକୁଆ ।


କଇଁଛ ବିଜ୍ଞାପନ ଦେଖି ଖୁସି

ଯାହାହେଉ,ବହୁ ଦିନ ପରେ ପ୍ରତିଯୋଗିତା

ଆଉ ଡେରି ନାହିଁ, ଫଟାଫଟ୍

ଅନଲାଇନ୍ ରେ ଆପ୍ଲିକେସନ୍ କାମ ଶେଷ

ଅକନୋଲେଜମେଣ୍ଟ ରସିଦ ବି ମିଳିଲା

ଖୁସିରେ ଚାଲୁ ଚାଲୁ ସନ୍ଧ୍ୟା

ଘରକୁ ଯାଇ ପ୍ରଥମେ ବାପାଙ୍କୁ କହିବାକୁ ହେବ!!


ବାପା, ମୁଁ ଏବେ ଦୌଡ ପ୍ରତିଗୋଗିତାର ପ୍ରାର୍ଥୀ

ସେଇ ଆମର ପୁରୁଣା ପ୍ରତିଦ୍ବନ୍ଦୀ ଠେକୁଆ ସହିତ

ହେଲେ ବାପା,ମୋତେ କିଛି ସୁତ୍ର କଥା କୁହ

ତୁମେ ତ ସେଇ ସମୟର ଚମ୍ପିୟାନ

ହେଲେ ,ଏବେ ସବୁ ବଦଳି ଯାଇଛି

ତୁମର ସାହାଯ୍ୟ ହିଁ ମୋର କାମନା।


ବୁଢ଼ା କଇଁଛ କୁ ଭଲ ଦେଖାଯାଉ ନାହିଁ

ବେଶି ଚାଲିଲେ ବି ଦେହରେ ଯାଉନି

ପିଲାର କଥା ଶୁଣି ମନରେ ରାଗ

ହେଲେ,ନିଜ ରକ୍ତର

କିଛି ଟିପ୍ସ ନିହାତି ଦେବାକୁ ହେବ

ଅନଲାଇନ୍ ରେ ସବୁ ଡାଟା ମିଳିଯିବ

ତଥାପି, ଅନୁଭୂତିର କଥା ପ୍ରତିଯୋଗୀଙ୍କୁ ହିଁ ଜଣା !


ତୁ ତ ସବୁବେଳେ ମୋବାଇଲ୍ ଟିପିଲୁ

ବାହାରେ କେବେ ଚାଲିବାର ଦେଖୁନି

ଅଭ୍ୟାସ କରିନୁ କି କରୁନୁ

କେମିତି ପ୍ରତିଯୋଗିତାରେ ଭାଗ ନେବୁ !

ଠିକ୍ ଅଛି,ଆଜିଠୁ ଅଭ୍ୟାସ କର

ଅଭ୍ୟାସ ବଳେ କାର୍ଯ୍ୟ ସିଦ୍ଧି ।


ସେ ସମୟରେ ରାସ୍ତା ଘାଟ ଏତେ ଚିକ୍କଣ ନ ଥିଲା

ଗୋଟିଏ ରାସ୍ତାରେ ଯିବାକୁ ହେଉଥିଲା

ଡିଭାଇଡର ନ ଥାଇ ଗାଡି ମଟର ଯା ଆସ

ଏବେ ତ ଚାରି ଭାଗରେ ରାସ୍ତା,ପୁଣି ଚିକ୍କଣ

ଆମ ପରି ଜନ୍ତୁଙ୍କ ପାଇଁ ଭାରି ଅଡୁଆ

ହେଲେ ଉପାୟ ଅଛି

ମୋ କଥା ରଖିବୁ ଯଦି,କହିବି କାମରେ ଆସିବ !


ପିଲା କଇଁଛ ମୁଣ୍ଡ ତଳକୁ କରି ହଁ ମାରିଲା

ନମ୍ର ସ୍ଵରରେ ,ସବୁ କଥା ମାନିବି କହିଲା

ପୁଣି,ପଚାରିଲା ଜିତିବାର ସୁତ୍ର

କଣ କରିବାକୁ ହେବ,କଣ ଖାଇବାକୁ ହେବ

କେଉଁ ସତର୍କତା ଅବଲମ୍ବନ କରିବାକୁ ହେବ

ବାଟରେ ଯଦି ବର୍ଷା ତୋଫାନ ହେବ

କି ଉପାୟ ଅବଲମ୍ବନ କରିବାକୁ ହେବ

ଆହୁରି କେତେ କଣ, ପ୍ରଶ୍ନ ପରେ ପ୍ରଶ୍ନ ।


ବୁଢ଼ା କଇଁଛ ର ପୁଣି ରାଗ

ଖାଲି କଥା କହିଲେ କଣ ହେବ

କାମ ରେ ଦେଖେଇବାକୁ ହେବ !

ମନର କଥା ମନରେ ରଖି 

ପିଲାର ପିଠି ଥାପୁଡ଼େଇ ଉତ୍ସାହିତ ସହିତ

ଜିତିବାର ମନ୍ତ୍ର ,ବିଜେତାର ଲକ୍ଷଣ 

ରହି ରହି କହୁ ଥିଲା,କଛପ ପିତାମହ ।


ପ୍ରଥମ ପଦକ୍ଷେପ ମୋବାଇଲ୍

ଟିପ,କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ, ନିର୍ଦ୍ଦିଷ୍ଟ ସମୟ ପାଇଁ

ମନ ଇଚ୍ଛା ନାହିଁ,ରାତି ଦଶ ହେଲେ ଶୋଇବା

ସକାଳ ଛ ପୂର୍ବରୁ ଉଠିବା

ବାହାର ଖାଦ୍ୟ ମନା,ମା କଇଁଛ ହାତ ରନ୍ଧା ଖାଦ୍ୟ

ସକାଳୁ ପ୍ରାତଃ ଭ୍ରମଣ ଓ ବ୍ୟାୟାମ

ପ୍ରତିଯୋଗିତା ପାଇଁ ଅଭ୍ୟାସ ପ୍ରତିଦିନ

ପ୍ରତିଯୋଗିତା ପର୍ଯ୍ୟନ୍ତ ଝିଅ ସାଙ୍ଗ ମନା

ମାଦକ ଦ୍ରବ୍ୟ କୁ ନାପସନ୍ଦ

କେବଳ ପ୍ରତିଯୋଗିତା ପ୍ରତି ଧ୍ୟାନ ।


ପିଲା କଇଁଛ ର ମୁଣ୍ଡ ଟିଣ

ଏତେ କଡା ନିୟମ, ଅଲମ୍ପିକ୍ସ ରେ ବି ନ ଥିବ

କାହିଁକି,ବୁଢାକୁ କହିଲି

ନିଜେ ନିଜେ ଅଭ୍ୟାସ କଲେ ହୁଅନ୍ତା !!

ବୁଢ଼ା ର ଏବେ ମୋବାଇଲ୍ ଓ ଝିଅ ସାଙ୍ଗ ଚିନ୍ତା

ମୋ ପାଇଁ ମୁଣ୍ଡ ବିନ୍ଧାର କାରଣ

ହଉ,କିଛି ଦିନ ସଂଭାଳି ନେବା ।


ବୁଢ଼ା କଇଁଛ ର ଆଜ୍ଞା ପାଳନ ହେଲା

ନିଷ୍ଠା ର ସହିତ ଅଭ୍ୟାସ ବି ଜାରି ରହିଲା

ତାରିଖ ଓ ସମୟ ବି ଜଣାଗଲା ଇମେଲରେ

ପ୍ରସ୍ତୁତି ସହିତ ଘରୁ ବାହାରିବା ଆଗରୁ

ବାପାଙ୍କର ଆଶୀର୍ବାଦ ଓ ଉପଦେଶ ଗ୍ରହଣ ।


ଉପଦେଶ କ୍ରମେ ବାପା କଇଁଛ ର ବକ୍ତବ୍ୟ

ଚାଲିବା ଜାରି ରହିବ,କିଏ ଡାକିଲେ ଶୁଣିବା ମନା

ମୋବାଇଲ୍ ସ୍ୱିଚ ଅଫ୍

ରାସ୍ତାର କଡେ କଡେ,ଗୋଡ଼ି ମାଟି ଧାରରେ

ତୋଫାନ, ବର୍ଷା କୁ ଡର ନାହିଁ,ଆମର ହେଲମେଟ

ଖରା ବର୍ଷା ପବନରୁ ଆମର ସୁରକ୍ଷା

ଯାଅ,ବିଜୟୀ ହୁଅ !


ପ୍ରତିଯୋଗିତା ଆରମ୍ଭ

ଠେକୁଆ ଖାଲି ଡେଉଁଛି, ଏଥର ଜିତା ଆମର

ଗଲା ଥର ଭୁଲ୍ ଆଉ ହେବନି

ଘଣ୍ଟ ବାଜିଲା,ପ୍ରତିଯୋଗିତା ଆରମ୍ଭ

ଠେକୁଆ ଧାଉଁଛି,କଇଁଛ ବି ତା ଗତିରେ

କାନରେ ଏରଫୋନ ସହିତ ହାତରେ ମୋବାଇଲ

ଗୀତରେ ମଶଗୁଲ୍ ଠେକୁଆ

ରାସ୍ତା ଆଉ ଦେଖୁନି,ଖାଲି ଧାଉଁଛି

ଗାଡିରୁ ତେଲ ଗଳି ରାସ୍ତା ତେଲିଆ

ବିଚରା ଠେକୁଆର ପାଦ ଖସଡ଼ି ରାସ୍ତା ତଳକୁ

ଆଉ ଉଠିବାର ନାହିଁ,ଚାଲିଛି କଇଁଛ

ସମୟ ସରିଲା, ଲକ୍ଷ୍ୟ ସ୍ଥଳରେ କଇଁଛ

ବିଜୟ ମୁକୁଟ କଇଁଛ ମୁଣ୍ଡରେ ।


ବାପାଙ୍କ କଥା ମାନିବା ଏକ କର୍ତ୍ତବ୍ୟ

ବାପାଙ୍କ ଗୋଡ ତଳେ ସାଷ୍ଟାଙ୍ଗ ପ୍ରଣାମ

ବିଜୟ ର ଧାରା ବଜାୟ ରହିଲା

ବାପାଙ୍କ ଅନୁଭୂତି ଉପଦେଶ କାମରେ ଆସିଲା

କଇଁଛ ଜିତିଥିଲା,ଜିତିଛି ଓ ଜିତିବ

ଧୀର ପଦକ୍ଷେପ ସହିତ ନିଷ୍ଠା

ବିଜୟର ପରାକାଷ୍ଠା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational