ପ୍ରତିଷ୍ଠା'ପ୍ରାଣ'ପ୍ରାଣପ୍ରତିଷ୍ଠା
ପ୍ରତିଷ୍ଠା'ପ୍ରାଣ'ପ୍ରାଣପ୍ରତିଷ୍ଠା
ନୂତନ ନିର୍ମିତ ପ୍ରତି ଅନୁଷ୍ଠାନ
ମନ୍ଦିର ଓ ବାସ ଗୃହ
ସବୁ କିଛି ହୁଏ ବ୍ୟବହାର ଯୋଗ୍ୟ
ପ୍ରତିଷ୍ଠା ହେଲେ ନିର୍ଣ୍ଣୟ
ପୂଜା ହୋମ ବିଧି ବିଧାନ ସହିତ
ପ୍ରାୟ ହୁଏ ଆୟୋଜନ
ଖୁସିର ଆସର ଆପେ ଆପେ ଜନ୍ମେ
ଉଲ୍ଲସିତ ହୁଏ ମନ
ଏକ ନୂତନ ପରିବେଶ ଉତ୍ପନ୍ନ
ନିଜ ଚିନ୍ତା ଚେତନାରେ
ହୃଦୟ ରେ ଆବେଗତା ହୁଏ ସୃଷ୍ଟି
ଅହେତୁକ ଭାବନାରେ
ନୂତନ ନିର୍ମାଣ ପ୍ରତିଷ୍ଠା ଅଧୀନ
ପ୍ରଚଳିତ ପରମ୍ପରା
ଶୁଭ ମୁହୂର୍ତ୍ତରେ ପ୍ରତିଷ୍ଠା ସମ୍ପର୍ନ୍ନ
ଏକ ସାମାଜିକ ଧାରା
ପ୍ରାଣ ବାୟୁ ଆହରଣ କରେ ଜୀବ
ଯାହାର ଅଛି ଜୀବନ
ଜୀବନର ଅନ୍ୟ ନାମ ପ୍ରାଣ ବ୍ୟକ୍ତ
ଜୀବନ୍ତ ପ୍ରାଣୀ ରେ ପ୍ରାଣ
ପ୍ରାଣ ବାୟୁ ଉଡ଼ି ଗଲେ ପ୍ରାଣ ଶେଷ
ନିସ୍ତେଜ ହୁଏ ଶରୀର
ଥରେ ଉଡ଼ି ଗଲେ ନିଜ ପ୍ରାଣ ବାୟୁ
ମୃତ ଘୋଷଣା ସତ୍ତ୍ବର
ପ୍ରାଣ ଦାନ ଦେବା ଶକ୍ତିର ଅଭାବ
ଏହି ମର୍ତ୍ତ୍ୟ ମଣ୍ଡଳରେ
ମାତ୍ର ପ୍ରାଣ ରକ୍ଷା କରିବା ଉଦ୍ୟମ
ପ୍ରାଣ ଯିବା ସମୟରେ
ପ୍ରାଣ ଦାତା ଅଟେ ସ୍ଵୟଂ ପରଂବ୍ରହ୍ମ
ପ୍ରାଣ ଦେବା ନେବା ଜଣା
କ୍ଷମତା କାହାର ନାହିଁ ପ୍ରାଣ ଦେବା
କେବଳ ପ୍ରାଣ ହିଁ ଜଣା
ପ୍ରାଣ ପ୍ରତିଷ୍ଠା ର ଭାବନା ନିଆରା
ଗୂଢ ରହସ୍ୟ ନିହିତ
ଠାକୁର ବିଗ୍ରହ ସ୍ଥାପନା ସମୟେ
ଏହି କାର୍ଯ୍ୟ ସମ୍ପାଦିତ
ହୋମ ଯଜ୍ଞ ପୂଜା ଆରାଧନା ପରେ
ବିଗ୍ରହରେ ଜୀବନ୍ୟାସ
ବୈଦିକ ରୀତିରେ ଶ୍ଳୋକ ମନ୍ତ ସହ
ପ୍ରାଣ ପ୍ରତିଷ୍ଠା ବିଶ୍ୱାସ
ପଥର ବା କାଠ ମୂର୍ତ୍ତି ଦେହେ ପ୍ରାଣ
ଜୀବନ ଶକ୍ତି ସଂଚାର
ନୈଷ୍ଠିକ ବେଦଜ୍ଞ କର୍ମ କାଣ୍ଡ ଜ୍ଞାନୀ
ଜାଣେ ଏ ପ୍ରାଣ ବେଭାର
ସାଧାରଣ ଭାବେ ପ୍ରାୟ ଜଣା ଶୁଣା
ପ୍ରାଣୀର ପଞ୍ଚ ଇନ୍ଦ୍ରିୟ
ଅହରହ ସଜାଗ ଥାଏ ଶରୀରେ
ପରଷ୍ପର ପ୍ରତି ଲୟ
ବୁଝିବା ଶକ୍ତି ବାହାରେ ପ୍ରାୟତଃ
ପ୍ରାଣ ପ୍ରତିଷ୍ଠା ବ୍ୟାପାର
ହୃଦୟ ର ଆବେଗ ସହ ବିଶ୍ୱାସ
ଏକ ପ୍ରଥା ଓ ସଂସ୍କାର
ବିଶ୍ୱାସ ରହିଛି ପ୍ରାଣ ପ୍ରତିଷ୍ଠାରେ
ବିଗ୍ରହ ହୁଏ ଜୀବନ୍ତ
ଭକ୍ତଙ୍କର ଦୁଃଖ ଶୁଣିବାକୁ ବ୍ୟଗ୍ର
କାନ ଡେରିବା ନିଶ୍ଚିତ
ମନର ଭାବନା ଚିନ୍ତା ଓ ଚେତନା
ବିଶ୍ୱାସ ଜୀବନ୍ୟାସ ରେ
ଅକସ୍ମାତ ଭକ୍ତି ଭାବ ଜାତ ହୁଏ
ଜୀବ ନ୍ୟାସ ପରେ ପରେ
ପ୍ରତିଷ୍ଠିତ ବିଗ୍ରହ ଶୁଣୁ ବା ନ ଶୁଣୁ
ଭକ୍ତ ମନରେ ବିଶ୍ୱାସ
ଜୀବ ନ୍ୟାସ ପ୍ରାପ୍ତ ବିଗ୍ରହ ଜୀବନ୍ତ
ଶୁଣି ଥିବେ ମୋ ମନାସ
ବିଶ୍ୱାସ ଅବିଶ୍ବାସ ଅନ୍ଧ ବିଶ୍ବାସ
ଅଛି ମଣିଷ ମନରେ
ବିଶ୍ୱାସରେ ସର୍ବ ବ୍ୟାପୀ ପରମାତ୍ମା
ପ୍ରାଣ ରୂପେ ବିଗ୍ରହରେ
ଜୀବ ନ୍ୟାସ ଓ ପ୍ରାଣ ପ୍ରତିଷ୍ଠା କର୍ମ
କରେ ଯେଉଁ ସିଦ୍ଧ ବ୍ୟକ୍ତି
ବେଦ ବ୍ରହ୍ମ ପ୍ରାଣ ସମ୍ବନ୍ଧୀୟ ଜ୍ଞାନ
ନିଶ୍ଚେ ହୋଇଥିବେ ପ୍ରାପ୍ତି
ଜୀବ ନ୍ୟାସ କାଷ୍ଠ ପାଷାଣ ମୂର୍ତ୍ତିରେ
ଯଦି ହେଉଛି ସମ୍ଭବ
ମୃତକ ଶରୀରେ ହେଉ ଜୀବ ନ୍ୟାସ
ଜୀବନ ଫେରି ଆସିବ!!
