STORYMIRROR

Sudama Lenka

Tragedy

2  

Sudama Lenka

Tragedy

ପ୍ରତୀକ୍ଷା

ପ୍ରତୀକ୍ଷା

1 min
13.5K


ପ୍ରତୀକ୍ଷା ପ୍ରତୀକ୍ଷା କରି ଏ ଜୀବନେ

ପ୍ରତୀକ୍ଷାରେ ମଜି ରହେ ll


ତୁମ ସାଥେ ଟିକେ କଥା ହେବା ପାଇଁ

ମନ ଆନମନା ହୁଏ ll


ଟିକେ ରାଗ ରୁଷା ହସ ଲୁହ ଯଦି

ହୁଏ ତା' ପ୍ରତିବନ୍ଧକ ll


ଏ ମନର ଯେତେ ଅଭୁଲା କଥାକୁ

ରଖିଲ ପ୍ରେମ ସନ୍ତକ ll


ହୁଅନ୍ତା କି ଖୁସି ପ୍ରେମ ପରାଜୟେ

ପ୍ରେମର ଯୁଦ୍ଧ ଭୂମିରେ ll


ବିରହ ଦୀପର ଆଲୋକ ଜାଳି କି

ଏକା ଭାବେ ତା' ମନରେ ll


ରାତି ପାହି ପୁଣି ସକାଳ ହେଲାଣି

ନାହିଁ ତୁମ ମିଠା କଥା ll


ମୋ ବିବେକ ଆଜି ମୋତେ ପଚାରୁଛି

କାହିଁକି ଘୁରୁଚି ମଥା ll


ମନ କହୁଅଛି ହୃଦୟକୁ ଡାକି

ଶୁଣ ମୋ ବିବେକ ସଖା ll


ପ୍ରେମ ଦୁନିଆରେ ବଞ୍ଚିବାକୁ ହେଲେ

କରିବାକୁ ହୁଏ ପ୍ରତୀକ୍ଷା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy