STORYMIRROR

Sudama Lenka

Others

2  

Sudama Lenka

Others

ମନ ଆଉ ହୃଦୟ

ମନ ଆଉ ହୃଦୟ

1 min
13.2K


ଏ ମନ ଯାହା ଖୋଜେ

ଆଖି ତାହା ଦେଖେନା

ଏ ଆଖି ଯାହା ଦେଖେ

ହୃଦୟଟା ମାନେନା ll


ମନ ଆବେଗରେ ଥାଏ

କେତେ ଯେ ଶୂନ୍ୟତା

ଆଖି ଦେଖି ପରେ ନାହିଁ

ତାର ଆଦୃଶ୍ୟତା ll


ଆଖି ଯାହା ଦେଖେ ସେତ

ନୁହଁ ସତ ମାତ

ହୃଦୟ ତ ମାନେ ନାହିଁ

ତାର ପ୍ରେମ ଗୀତ ll


ଆଖି ଲୋତକ ଢାଳେ

କହ ଆରେ ମନ

ହୃଦୟ କୁ ଜାଳି ମାରୁ

କାହିଁ ସବୁ ଦିନ ll


ହୃଦୟ ତ ରହିଅଛି

ଅନ୍ତର ବୁକୁରେ

ମନ ତୁ ଆଗେଇ ଅଛୁ

ଦିନ କେଇଟାରେ ll


ଆଖି ସାକ୍ଷୀ ରହିଅଛି

ମନ ଅନ୍ତ ତୀରେ

ହୃଦୟ କହେ ମନକୁ

ପ୍ରେମ ଆଧାରରେ ll


କହ ହେ ଅବୁଝା ମନ

କାହିଁ କଲୁ ଦୋଷ

ହୃଦୟ କୁ ଜାଳିମାରି

କି ପାଇଲୁ ତୋଷ ll


ମନ ତୋ ଉପହାର କୁ

ଆଖି ନ ଦେଖିଲା

ସେ ଅଦୃଶ୍ୟ ଉପହାରେ

ହୃଦୟ ଯେ ମଲା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍