Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Others

5.0  

Sudama Lenka

Others

ବର୍ଷା

ବର୍ଷା

1 min
7.2K


ତୁମ ଅଗମାନେ ହୁଏ ଗ୍ରୀଷ୍ମ ଆନମନା ,

ନିର୍ଜୀବ ନ ଉଠେ କେବେ ତୁମ ସ୍ପର୍ଶ ବିନା ll

ତୁମ ବିନା ନାହିଁ ଏଠି ହସ ଆଉ ଖୁସି ,

ତୁ ଏକା ବରଷା ରାଣୀ ସଭିଙ୍କ ମାଉସୀ ll

ଦୁଃଖି କି ତୁ ହସ ଦେଉ ଗରିବକୁ ଧନ ,

ଚାଷୀ ମୁଖେ ଅର୍ଣ୍ଣ ଦେଇ ରଖୁ ତା ଜୀବନ ll

ପର୍ବତ ଶିଖରେ ରତି ଯେତେ ବନ ଲତା ,

ତୋ କୃପା ଲଭିବା ପାଇଁ ଦେଉଥାନ୍ତି ବାର୍ତ୍ତା ll

ବେଙ୍ଗୁଲୀ କରଇ ରଡ଼ି ସାରୁ ବୁଦା ମୂଳେ ,

ତୋତେ ସୁମରି କେଉଟ ତା' କୁଟୁମ୍ବ ପାଳେ ,

ମଳୟ ପବନ ଆସେ ଭସା ମେଘ ସାଥେ ,

ମୟୁର ଖୁସିରେ ନାଚେ ତାର ଗତିପଥେ ll

ଆକାଶ ଗର୍ଜନ କଲେ ନଦୀ ଉଠେ ଫୁଲି ,

ଜୁଇ, ଜାଇ,ହେନା ଦଳ ହୁଅନ୍ତି ରଙ୍ଗେଲି ll

ଆସିଛି ବରଷା ଆଜି ବରଷି କି ଯିବ ,

ତା' ବରଷା ପ୍ରତି କୋଣେ ସବୁଜ ହସିବ ll


Rate this content
Log in