STORYMIRROR

Sudama Lenka

Others

5.0  

Sudama Lenka

Others

ସ୍ମୃତି

ସ୍ମୃତି

1 min
23.1K


ନୀଳ ପ୍ରଜାପତି କରାଳ ଉନ୍ମୋକ୍ତି

ପ୍ରେମ ଫୁଲେ ଯେବେ ବସେ ।

ମନ ବଗିଚାର ପ୍ରେମ ଫୁଲ ତାର

ମଳୟ ପବନେ ଭାସେ ॥


ହୃଦୟ ମାଳିକୁ ପରିଚୟ ଦେଇ

ବଗିଚାକୁ ଯେବେ ଆସେ ।

କୁହ ହେଁ ମୟୂରୀ ତୁମେ ଯେ ସୁନ୍ଦରୀ

କାହିଁ ମୋତେ ପ୍ରେମ ବାସେ ॥


ତୁମ ଅପେକ୍ଷାରେ ମନ ମୋ ଅଧିରେ

ଦିଗ ହରା ଅବଶୋଷେ ।

ମୁହୂର୍ତ୍ତ ମୁହୂର୍ତ୍ତ ଲୁହ ପରାଜିତ

କୋହରେ ମୁଁ ଆଜି ଭାସେ ॥


କଥା ଦେଇଅଛ କଥା ନ ରଖିଛ

ମନରେ ଜୁଆର ଆସେ ।

ସେ ଜୁଆର ସ୍ରୋତେ ପ୍ରେମର ପ୍ରପାତେ

ତୁମେ ରହିଅଛ କୋଷେ ॥


ଆଖି ତୁମ କଇଁ ରହିଛି ଅନେଇ

ଭଅଁର ତ ଆସି ଶୋଷେ ।

ପ୍ରେମର ଉସ୍ମତା ତୁମ ନୀରବତା

ସ୍ମୃତି ଭରା ଅବକାଶେ ॥


Rate this content
Log in