Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Others

3  

Sudama Lenka

Others

ଦୀପାବଳି

ଦୀପାବଳି

1 min
14.1K


ଅନ୍ଧକାର ରାତି ଆଲୋକର ଭେଟି

ଆସିଛି ଏ ପୁର୍ଣ୍ଣ୍ୟ ରାତି l

ଜାଳି ପ୍ରଦୀପକୁ ଦିଅ କାଳିକାକୁ

ରଖ ହେଁ ତାପାଦେ ମତି ll


ସଂଧ୍ୟାର ମୁହୂର୍ତ୍ତ ଅବକାଶ ସତ

ମନର ଆବେଗ ଉଁଏ l

କାହିଁ କର ଡେରି ଦିଅ ହୁଳହୁଳି

ମନ ଆନମନା ହୁଏ ll


ଅନେଇ ବସନ୍ତି ଏ ପୁର୍ଣ୍ଣ୍ୟ ଦିନରେ

ପୂର୍ବଜ ମାନଙ୍କ ସ୍ମୃତି l

ଆସ ବନ୍ଧୁଜନ କରି ଆବାହନ

ବାଟେଇ ଆମ ଅତିଥି ll


ଅନ୍ଧାରରେ ଆସି ଆଲୁଅରେ ଯାଆ

କୁହ ହେଁ ବଡ଼ବଡ଼ୁଆ l

ବୃନ୍ଦାବନ ସାଥେ ମଥୁରାକୁ ଯାଇ

ଗୋପପୁରେ ତୁମେ ଥାଆ ll


ରାତ୍ର ଅଭିଳାଷ ଆଲୋକ ବିଳାସ

ନିଃସଙ୍ଗତା ଯେବେ ଆସେ l

କହ ହେଁ କାର୍ତ୍ତିକ ତୁମେ ଯେବେ ଆସ

ଦୀପଦାନ ସାଥେ ମିଶେ ll


ନିବିଡ଼ତା ଆଜି ମନ ଛୁଆଁ ଲାଗେ

କାହିଁ ରହିଅଛ ଦୂରେ l

ତୁମ ପ୍ରତୀକ୍ଷାରେ ବସିଛି ଅନେଇ

କହି ରାତ୍ରି ମନ ମାରେ ll


ସଂସାର ଅନ୍ଧାର କରି ତୁମେ ପାର

ରଖ ହେଁ ଆଲୋକ କୀର୍ତ୍ତି l

ଦୁନିଆ ବୁକୁରେ ଅନ୍ଧାର ଛାତିରେ

ଦୀପାବଳି ହେଉ ସ୍ମୃତି ll




Rate this content
Log in