ପ୍ରତିଦାନ
ପ୍ରତିଦାନ
ଆନ ମୁଖେ ଫୁଟାଇବା ପାଇଁ ହସର ଫୁଆର
ଦେଇଅଛି ମୁହିଁ ବଳି ସୁଖ ଶାନ୍ତି ଅପଣାର
ଯାଇଛି ତ ଭୁଲି ନିଜ ଘର ସଂସାର ପରିବାର
ତ୍ୟଜିଛି ପ୍ରତିଟି ପାର୍ଥିବ ସୁଖ ସ୍ୱାର୍ଥ ମୋହର!!
ପ୍ରତିଦାନେ ପାଇଛି ଅସଂଖ୍ୟ କୁଠାର ପ୍ରହାର
ଅଗଣିତ ପ୍ରତ୍ୟାଖ୍ୟାନ ଛଳନାର ପ୍ରୀତି ଉପହାର
ବେନି ନୟନୁ ବହୁବାର ଛୁଟିଛି ରୁଧିରର ଧାର
ତଥାପି ମନ ମୋ ଆନର ଦୁଃଖରେ ବିଧୁର!!
ସମ୍ପର୍କ ହେତୁ କଳଙ୍କର ଟୀକା ପିନ୍ଧିଛି ବହୁବାର
ଏରୁଣ୍ଡି ବନ୍ଧରେ ଝୁଣ୍ଟିଛି ପ୍ରତିଥର ବାରମ୍ବାର
ତଥାପି ବନ୍ଦ କରିନି ଭାବ ବିନିମୟର କାରବାର
ମାନ ଅପମାନ ଆଘାତ ଯନ୍ତ୍ରଣାକୁ କରିନି ଖାତିର!!
ଦୁନିଆର ଆହ୍ୱାନକୁ ସଦା କରିଛି ସହାସେ ସ୍ଵୀକାର
ମନେ ମୋର କେବେ ସେଥି ଲାଗି ଆସି ନାହିଁ ଡର
ସ୍ୱଭାବେ ମୁହିଁ ଅଟେ କର୍ମବୀର କର୍ମ ମୋ ଈଶ୍ଵର
ଆନ ଲାଗି ଏ ଜୀବନ ସମର୍ପିତ ନିତ୍ୟ ନିରନ୍ତର!!